ସୁୁନ୍ଦରଗଡ : ଆଜି ଦିନିକିଆ ସୁୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତରେ ପ୍ରାୟ ୧୫୦୦କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୪୯୪ କୋଟି ୪୩ ଳକ୍ଷ ଟଙ୍କାର ୪୧ଟି ପ୍ରକଳ୍ପର ଉଦ୍ଘାଟନ ଓ ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଆଇଟିଡିଏ ସୁନ୍ଦରଗଡ଼ ଦ୍ୱାରା ନିର୍ମିତ ୧୫ଟି ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ସୁନ୍ଦରଗଡ ଏବଂ ରାଉରକେଲା ରାସ୍ତା ଓ କୋଠାବାଡି ଡିଭିଜନ୍ ଦ୍ୱାରା ନିର୍ମିତ ୪ଟି ସଡ଼କ ପ୍ରକଳ୍ପର ଉଦ୍ଘାଟନ କରିବେ । ୪ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ୩୭ଟି ଆମ୍ବୁଲାନ୍ସ ଏବଂ ୧୫ଟି ମହାପ୍ରୟାଣ ଯାନ ସହ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମିତ ୩ଟଇ ସେତୁ, ଲେଫ୍ରିପଡ଼ା ଆଦର୍ଶ ବିଦ୍ୟାଳୟ ଓ ୨ଟି ସଡ଼କ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ୬ଟି ସଡ଼କ ଉନ୍ନତିକରଣ ପ୍ରକଳ୍ପ, ଗୋଟିଏ ହାଇଲେଭଲ୍ ସେତୁ ଏବଂ ଅନ୍ୟାନ୍ୟ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଡିଆରଡିଏ ସୁନ୍ଦରଗଡ଼ର ୨ଟି ବିଦ୍ୟୁତ ଭିତ୍ତିଭୂମି, ରାଉରକେଲା ଗ୍ରାମ୍ୟ ନିର୍ମାଣ ଡିଭିଜନ୍ର ୪ଟି ସେତୁ ଓ ୪ଟି ସଡ଼କ ନିର୍ମାଣ ପ୍ରକଳ୍ପ, ଜିଲ୍ଲାର ୧୦ଟି ବ୍ଲକ ପାଇଁ ୮୩ଟି ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ଆଜି ଦିନିକିଆ ସୁୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_aper on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- vavada_nwKr on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା
- fastek 72 on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- vivod iz zapoya v stacionare_kpkn on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- vavada_thma on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
