ନୂଆଦିଲ୍ଲୀ : ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେଇଛନ୍ତି। କେଜରିଓ୍ବାଲଙ୍କ ସହିତ ତାଙ୍କ ପୁରୁଣା ଟିମ୍ର ସଦସ୍ୟ ମଧ୍ୟ ଶପଥ ପାଠ କରିଛନ୍ତି। କେଜରିଓ୍ବାଲ ପୁରୁଣା ଟିମ୍ ସହିତ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ପୁରୁଣା ଟିମ୍ର ସଦସ୍ୟଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ୍ ହୁସେନ୍ ଏବଂ ରାଜେନ୍ଦ୍ର ପାଲ୍ ଗୌତମ ପ୍ରମୁଖ କେଜରିଓ୍ବାଲଙ୍କ କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି। ପୁରୁଣା ମନ୍ତ୍ରୀ ମଣ୍ଡଳରେ ମନୀଷଙ୍କ ହାତରେ ଅର୍ଥ, ଶିକ୍ଷା,ପର୍ଯ୍ୟଟନ, କଳା-ସଂସ୍କୃତି ଆଦି ୧୧ଟି ବିଭାଗ ରହିଥିଲା। ସେ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେହିପରି ସତ୍ୟେନ୍ଦ୍ର ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ବିଦ୍ୟୁତ୍, ଉଦ୍ୟୋଗ, ସହରୀ ବିକାଶ ଆଦି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଗୋପାଳ ରାୟଙ୍କ ପାଖରେ ଶ୍ରମ, ରୋଜଗାର, ସାଧାରଣ ପ୍ରଶାସନ ଆଦି ବିଭାଗ ରହିଥିଲା। କୈଳାସ ଗେହଲଟଙ୍କ ପାଖରେ ପରିବହନ, ରାଜସ୍ବ ଏବଂ ଆଇନ ବ୍ୟବସ୍ଥା ବିଭାଗ ରହିଥିଲା। ସେହିପରି ଇମରାନ୍ ହୁସେନ୍ଙ୍କ ପାଖରେ ଖାଦ୍ୟ, ଉତ୍ପାଦନ, ବନ ଓ ପରିବେଶ ଆଦି ବିଭାଗ ଥିଲା। ରାଜେନ୍ଦ୍ର ପାଲ୍ ଗୌତମ ସାମାଜିକ କଲ୍ୟାଣ ସମେତ ଅନ୍ୟ କିଛି ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ନୂଆ କ୍ୟାବିନେଟରେ ପୁରୁଣା ଟିମ୍ର ବିଭାଗ ସମାନ ରହିବ ନା ଏହାର ପରିବର୍ତ୍ତନ କରାଯିବ ସେ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତିି ଗ୍ରହଣ କରାଯିବ।
ପୁରୁଣା ଟିମ୍ ସହିତ କେଜରିଓ୍ବାଲଙ୍କ ନୂଆ ଇନିଂସ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
