ନକ୍ସଲଙ୍କ କଣ୍ଢେଇ ଖେଳ !

Odisha Hot News
1 Min Read

ମାଲକାନଗିରି ; ନକ୍ସଲ ମାନେ ନିଜର ଅକ୍ତିଆର ବିସ୍ତାର କରିବାକୁ ଏବଂ ସୁରକ୍ଷାକର୍ମୀଙ୍କୁ ଚକ୍ ମା ଦେବାକୁ ଆପଣାଇଛନ୍ତି ନୂଆ ନୀତି । ଭିନ୍ନ ଏକ ପ୍ରଣାଳୀରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବାକୁ ନେଇଛନ୍ତି ପିତୁଳା ବା କଣ୍ଢେଇର ସାହାଯ୍ୟ । ଛତିଶଗଡ଼ର ସୁକମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଙ୍ଗଲ ଭିତରୁ ଏଭଳି ୪ଟି କଣ୍ଢେଇ ଜବତ କରାଯାଇଛି।ନଡ଼ାରେ ତିଆରି କରିଛନ୍ତି ବଡ଼ ବଡ଼ ପିତୁଳା ବା କଣ୍ଢେଇ। ସେଗୁଡ଼ିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛନ୍ତି ଏବଂ ଗଛରେ ବାନ୍ଧି ଦେଇଛନ୍ତି। ଜଙ୍ଗଲର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ପରି କଣ୍ଢେଇ ସବୁ ରଖିଛନ୍ତି। ତା’ସହିତ ସେମାନଙ୍କ ହାତରେ ଧରାଇ ଦେଇଛନ୍ତି କାଠରେ ତିଆରି ବନ୍ଧୁକର ପ୍ରତିକୃତି । ଏଗୁଡ଼ିକୁ ଏପରି ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି ଯେ କେହି ବି ହଠାତ ଦେଖିଲେ ନକ୍ସଲ ଭାବି ଚମକି ପଡ଼ିବ। ତେବେ ସୁରକ୍ଷାକର୍ମୀଙ୍କ ଧ୍ୟାନ ପ୍ରକୃତ ନକ୍ସଲ ମାନଙ୍କଠୁ ହଟାଇ ଏହି କଣ୍ଢେଇ ମାନଙ୍କ ଉପରେ ଆଣି ଅଚାନକ ଆକ୍ରମଣ କରିବାକୁ ନକ୍ସଲମାନେ ଏପରି ଯୋଜନା କରୁଥିବା ଅନୁମାନ କରାଯାଉଛି ।
ତେବେ ନକ୍ସଲ ସଂଗଠର ନୂଆ ମହାସଚିବ ଭାବେ ଦାୟିତ୍ୱ ନେଇଛନ୍ତି କେଶବ ରାଓ। ବୋମା ଖଞ୍ଜିବାରେ ମାହିର କେଶବ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି।

Share This Article
Leave a Comment