ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ମୁଖିଆ

Odisha Hot News
1 Min Read

ଭୁବନେଶ୍ୱର : ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି।

ପ୍ରକାଶ ଯେ, ୨୦୧୯ ଜାନୁୟାରୀରେ ସଭାପତି ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ ଶେଷ ହୋଇଥିଲା। ମାତ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ବସନ୍ତ ଉକ୍ତ ଦାୟିତ୍ୱରେ ରହିଥିଲେ। ଅପରପକ୍ଷେ ଏମ୍‌ପି ଭାବେ ସେ କଳାହାଣ୍ଡିରୁ ନିର୍ବାଚିତ ହୋଇଛନ୍ତି। ଏହାପରେ ରାଜ୍ୟ ଭାଜପାର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗୁରୁବାର ସହମତି ଭିତ୍ତିରେ ଏକମାତ୍ର ପ୍ରାର୍ଥୀ ଭାବେ ସମୀର ନାମାଙ୍କନପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଥିଲା।

Share This Article
Leave a Comment