ଭୁବନେଶ୍ବର : ବାଜିଲା ଆଇପିଏଲ ବିଗୁଲ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହି ସିଜିନ୍ ପାଇଁ ନିଲାମ ଡିସେମ୍ବର ୨୩, ରେ କୋଚିରେ ଅନୁଷ୍ଠିତ ହେବ । ଆଇପିଏଲ ୨୦୨୩ ନିଲାମ ପାଇଁ ମୋଟ ୯୯୧ ଖେଳାଳି ପଞ୍ଜିକରଣ କରିଛନ୍ତି। ଏଥିରେ ୭୧୪ ଭାରତୀୟ ଏବଂ ୨୭୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି। ଏଥର ଏହି ନିଲାମୀ ଅଧିକ ଅଷ୍ଟ୍ରେଲିୟ ଖେଳାଳି ଭାଗ ନେବାର ସୂଚନା ରହିଛି । ମୋଟ ୫୭ ଜଣ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ୨୦୨୩ ନିଲାମର ଅଂଶ ହେବେ। ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସୂଚନା ଦେଇଛନ୍ତି କ୍ରିକଟ ବୋର୍ଡର ସଚିବ ଜୟ ଶାହ୍ ।
ନିଲାମର ଠିକ୍ ପୂର୍ବରୁ ଆଇପିଏଲ ଗୁରୁବାର ଦିନ ଏକ ସର୍କୁଲାର ଜାରି କରିଛି। ଏଥିରେ ନିଲାମରେ ଯୋଗ ଦେଉଥିବା ଖେଳାଳିଙ୍କ ବିଷୟରେ ଉଲ୍ଲେଖ ରହିଛି। ଆଇପିଏଲ କହିଛି ଯେ ଭାରତର ୭୧୪ ଖେଳାଳି ନିଲାମୀରେ ଭାଗ ନେବେ ।
ଆଇପିଏଲ ୨୦୨୩ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଡିସେମ୍ବର ୨୩ରେ କୋଚିରେ ଖେଳାଳି ନିଲାମ

Comment