ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ଉତ୍ତେଜନା

Odisha Hot News
1 Min Read

କଟକ  : ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ ତାଜାରୁ ଖସି ପଡି ଆହତ ହୋଇ ଏସ୍‌ସିବି କାଜୁଆଲଟିକୁ ଶନିବାର ରାତିରେ ଆସିଥିଲେ। କାଜୁଆଲଟି ପକ୍ଷରୁ ତାଙ୍କୁ ଶିଶୁରୋଗ କାଜୁଆଲଟିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରବିବାର ଭୋର ସମୟରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାରେ ଅବହେଳା ଓ ବିଳମ୍ବ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତ ଶିଶୁଙ୍କ ପରିବାର ଓ ସମର୍କିୟ ଶିଶୁରୋଗ ବିଭାଗ କାଜୁଆଲଟିରେ ତାଲା ପକାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।

Share This Article
Leave a Comment