କଟକ : ଶିଶୁ ମୃତ୍ୟୁକୁ ନେଇ ଏସ୍ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ ତାଜାରୁ ଖସି ପଡି ଆହତ ହୋଇ ଏସ୍ସିବି କାଜୁଆଲଟିକୁ ଶନିବାର ରାତିରେ ଆସିଥିଲେ। କାଜୁଆଲଟି ପକ୍ଷରୁ ତାଙ୍କୁ ଶିଶୁରୋଗ କାଜୁଆଲଟିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରବିବାର ଭୋର ସମୟରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାରେ ଅବହେଳା ଓ ବିଳମ୍ବ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତ ଶିଶୁଙ୍କ ପରିବାର ଓ ସମର୍କିୟ ଶିଶୁରୋଗ ବିଭାଗ କାଜୁଆଲଟିରେ ତାଲା ପକାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
ଶିଶୁ ମୃତ୍ୟୁକୁ ନେଇ ଏସ୍ସିବି ମେଡିକାଲରେ ଉତ୍ତେଜନା
Leave a Comment
Leave a Comment
- Advertisement -
Stay Connected
Comment
- IbrahimEmele on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Drewunibe on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- XanderBic on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Henrygaw on ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ !
- Jordanrot on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
