ଭୟଙ୍କର ରୂପ ନେଲାଣି ‘ବୁଲ୍‌ବୁଲ’: ପାରାଦୀପରେ ପବନ ସହ ବର୍ଷା

Odisha Hot News
1 Min Read

ଭୁବନେଶ୍ୱର : ଅତି ଭୟଙ୍କର ରୂପ ନେଲାଣି ବାତ୍ୟା ‘ବୁଲ୍‌ବୁଲ’। ଶୁକ୍ରବାର ସକାଳ ସାଢ଼େ ୫ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ପାରାଦୀପଠାରୁ ପ୍ରାୟ ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ‘ବୁଲବୁଲ୍‌’ ଏବେ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି। ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପରେ ସକାଳୁ ବର୍ଷା ହେବା ସହ ପବନ ମଧ୍ୟ ବହୁଛି। ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Share This Article
Leave a Comment