ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର ଦାଣ୍ଡିଆ ରାସ୍। ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କେଉଁଠି ଭଜନ ସମାରୋହ ତ କେଉଁଠି ମେଲୋଡ଼ି ଓ ଷ୍ଟାର୍ ନାଇଟ୍ ବେଶ୍ ଜମୁଛି। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସବୁ ମଣ୍ଡପ ପକ୍ଷରୁ ଆୟୋଜିତ କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପରି କି କେତେକ ସ୍ଥାନରେ ରାମଲୀଳାର ଆୟୋଜନ ମଧ୍ୟ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ରାମଲୀଳା କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରତି ରାତିରେ ଭିନ୍ନ ଦଳ ଓ ଭିନ୍ନ ବିଷୟକୁ ନେଇ ଏଠାରେ ରାମଲୀଳା ପରିବେଷଣ କରାଯାଉଛି। ଏହାସହ ମେଲୋଡି ଓ ଭଜନ ପରିବେଷଣ ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ ସାଜିିଛି। ସେହିଭଳି ଶହୀଦନଗର ପୂଜାମଣ୍ଡପରେ ମଧ୍ୟ ଭଜନ ସମାରୋହ ଆରମ୍ଭ ହୋଇଛି, ଯାହା ଆଗାମୀ ଦଶମୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନ ଶୁଣିବାକୁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ପୁରୁଣା ଷ୍ଟେଶନ ବଜାରରେ ପ୍ରତି ସନ୍ଧ୍ୟାରେ ମେଲୋଡି ଓ ଅର୍କେଷ୍ଟ୍ରା ନାଇଟ୍ର ଆୟୋଜନ କରାଯାଉଛି। ରସୁଲଗଡ଼, ଝାରପଡ଼ା, ବମିଖାଲ ଦୁର୍ଗାପୂଜା ମଣ୍ଡପ ବ୍ୟତୀତ ଅନ୍ୟାନ୍ୟ ଛୋଟବଡ଼ ମଣ୍ଡପରେ ମଧ୍ୟ ମେଲୋଡ଼ି ଓ ଭଜନ ସନ୍ଧ୍ୟା ଦେଖିବାକୁ ପ୍ରତ୍ୟହ ଲୋକଙ୍କ ଭିଡ଼ ଜମୁଛି। ଅନ୍ୟପକ୍ଷରେ ନବରାତ୍ର ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ୍ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଟିଡିସି ପକ୍ଷରୁ ପାନ୍ଥନୀବାସ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ତାରକା ହୋଟେଲରେ ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଛି। ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲ୍ଇଡି ଲାଇଟ୍ ଓ ଲାଇଭ୍ ବ୍ୟାଣ୍ଡ୍ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।
ଆକର୍ଷଣ ସାଜୁଛି ପାନ୍ଥନୀବାସ ଦାଣ୍ଡିଆ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- MauriceSow on ଆଜିର ରାଶିଫଳ
- FrankNiz on ଆଜିର ରାଶିଫଳ
- Mattrer on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Rogerlak on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- RichardZew on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
