ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

Odisha Hot News
1 Min Read

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ  ଶତପଥୀଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ଦିଲ୍ଲୀପ ଶତପଥୀ  ବୃତ୍ତିଗତ ସ୍ତରରେ ଉଚ୍ଚସ୍ତରୀୟ ପ୍ରବୀଣ ସାମ୍ବାଦିକ ଥିଲେ। ବିଜିନେସ୍ ଷ୍ଟାଣ୍ଡାର୍ଡ ସମେତ ବିଭିନ୍ନ ମିଡିଆ ହାଉସରେ ନିଜର କାର୍ଯ୍ୟକାଳରେ ଉପଯୁକ୍ତ ପରିପ୍ରେକ୍ଷୀରେ ଉତ୍ତମ କୌଶଳ ଏବଂ ଉଲ୍ଲେଖନୀୟ ବୁଦ୍ଧିମତାର ପ୍ରଦର୍ଶନ କରିଥିଲେ। ତାଙ୍କର ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ବଡ଼ କ୍ଷତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦିଲ୍ଲୀପ ଶତପଥୀଙ୍କ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର୍ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ (୫୬)ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଥିଲା। ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବହୁ ବରିଷ୍ଠ ସାମ୍ବାଦିକ ହସ୍ପିଟାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।

କଟକର ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଶତପଥୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ପ୍ରକାଶିତ ଇଂରାଜି ଦୈନିକ ସମ୍ବାଦପତ୍ର ‘ସନ୍ଟାଇମ୍ସ’ରୁ ନିଜର ସାମ୍ବାଦିକତା କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ସେ ଇଂରାଜୀ ବାଣିଜ୍ୟ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡରେ ଯୋଗ ଦେଇଥିଲେ। ଅର୍ଥନୀତି ଓ ବ୍ୟବସାୟ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଗଭୀର ଦକ୍ଷତା ଥିଲା।

Share This Article
Leave a Comment