ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଇଞ୍ଜିନିୟର

Odisha Hot News
1 Min Read

କେନ୍ଦୁଝର : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜୁନିୟର ଇଞ୍ଜିନିୟର ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଖବରରୁ ପ୍ରକାଶ ଯେ, ଠିକାଦାର ହେମନ୍ତ ମହାନ୍ତଙ୍କଠାରୁ ଏକ କମ୍ୟୁନିଟି ସେଣ୍ଟରର ଫାଇନାଲ ବିଲ୍‌ କରିବା ପାଇଁ ଜେଇ ୭ ହଜାର ୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଭୂତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ସୋମବାର ହାଜିର କରାଇଛି। ଆଜିର ଏହି ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ୍‌ଙ୍କ ନେତୃତ୍ୱରେ ଭଦ୍ରକ ଡିିଏସ୍‌ପି କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର, ବାରିପଦା ଇନ୍ସପେକ୍ଟର, କେନ୍ଦୁଝର ଭିଜିଲାନ୍ସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

Share This Article
Leave a Comment