ସାଇ ପଲ୍ଲବୀ ଏବଂ ଫହାଦ ଫସିଲ୍ ଅଭିନୀତ ମାଲାୟଲମ ଫିଲ୍ମ ‘ଆଥିରାନ୍’ ଆଜି ରିଲିଜ୍ ହୋଇଛି । ଫିଲ୍ମଟିକୁ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଦର୍ଶକ ଏହି ଥ୍ରୀଲରକୁ ମଧ୍ୟ ପସନ୍ଦ କରିବେ ବୋଲି କୁହାଯାଉଛି । ଦୀର୍ଘ ତିନି ବର୍ଷ ପରେ ସାଇ ପଲ୍ଲବୀ ମାଲାୟଲମ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମଟି ଲିଓନାର୍ଡୋ ଡିକାପ୍ରିଓଙ୍କ ହଲିଉଡ୍ ଫିଲ୍ମ ସଟର ଆଇଲ୍ୟାଣ୍ଡରୁ ପ୍ରେରିତ ହୋଇଛି । ଫିଲ୍ମଟି ଏକ ପାଗଳଖାନାରେ ରହିଥିବା ଜଣେ ରାଜବଂଶର ଉତ୍ତରାଧିକାରୀର କାହାଣୀ ସମ୍ପର୍କରେ ଆଧାରିତ ବୋଲି ଜଣାପଡିଛି । ଫହାଦ୍ ଏହି ଫିଲ୍ମରେ ଜଣେ ମନୋବିଜ୍ଞାନୀ ଭୂମିକାରେ ରହିଥିବା ବେଳେ ପଲ୍ଲବୀ ଜଣେ ମାନସିକ ବିକାରଗ୍ରସ୍ତ ରାଜକୁମାରୀ ଭୂମିକାରେ ରହିଛନ୍ତି । ଫହାଦ୍ ଏବଂ ସାଇ ପଲ୍ଲବୀଙ୍କ ବ୍ୟତୀତ ଭେଟେରାନ୍ ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣୀ ଏବଂ ପ୍ରକାଶ ରାଜ୍ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ବିବେକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହମ୍ମଦ ଘ୍ରିବାନ୍ ମ୍ୟୁଜିକ୍ ଦେଇଛନ୍ତି । ଫିଲ୍ମ ପାଇଁ କେରଳର ସାମରିକ କଳା କଲାରିପଟ୍ଟୁ ଶିଖିଥିବା ସାଇ ପଲ୍ଲବୀ ଜବରଦସ୍ତ ଆକ୍ସନ୍ରେ ନଜର ଆସିଛନ୍ତି ।
ପରଦାକୁ ଆସିଲା ଆଥିରାନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
