ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି, ଝାରସୁଗୁଡ଼ାରେ ଓକିଲଙ୍କ ମହାବନ୍ଦ ପାଳନ

Odisha Hot News
1 Min Read

ଝାରସୁଗୁଡ଼ା ଅଫିସ,୨୯।୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ଜୋର ଧରିଛି। ଏହାକୁ ନେଇ ଗୁରୁବାର ଝାରସୁଗୁଡ଼ାରେ ମହାବନ୍ଦ ପାଳନ କରାଯାଉଛି। ଏହି ମହାବନ୍ଦ ଶୁକ୍ରବାର ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ଓକିଲଙ୍କ ଏହି ମହାବନ୍ଦ ପ୍ରଭାବରେ ଝାରସୁଗୁଡ଼ା ଜିଲାର ସରକାରୀ, ଘରୋଇ ଅଫିସ, ବ୍ୟାଙ୍କ, ସ୍କୁଲ, କଲେଜ, ବସ୍‌, ଟ୍ରକ ଆଦି ଚଳାଚଳ ବନ୍ଦ ରହିଛି। ଫଳରେ ସହରର ସମସ୍ତ ପ୍ରବେଶ ପଥରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ସେହିଭଳି ଏମ୍‌ସିଏଲ୍‌ରୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଆମ୍ବୁଲାନ୍ସ ବିଭାଗ, ଅଗ୍ନିଶମ ଭଳି ଜରୁରୀ ସେବା ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ଓକିଲମାନେ ସଚେତନ ରହିଥିବା ବର୍‌ ସଭାପତି କହିଛନ୍ତି।

Share This Article
Leave a Comment