ଭୁବନେଶ୍ୱର -ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହରେ ନିଜର ଜଲଓ୍ବା ଦେଖାଇବା ପରେ ବୁଧବାର ଭୁବନେଶ୍ୱରରେ ବୁଲି ଶପିଂ କରିଥିଲେ ବଲିଉଡ୍ର ଏଭରଗ୍ରୀନ୍ ବିୟୁଟି ମାଧୁରୀ ଦୀକ୍ଷିତ। ଏକ ଜୁଏଲେରି ଦୋକାନରେ ମାଧୁରୀ ପ୍ରାୟ ୧ ଘଣ୍ଟା କାଳ ରହି ନିଜ ମନପସନ୍ଦର ସାମଗ୍ରୀ କିଣିଥିଲେ। ଓଡ଼ିଶାର ତାରକସୀ ସାମଗ୍ରୀ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ବଲିଉଡ୍ କୁଇନ୍ ଏଠାରୁ ରୁପାରେ ତିଆରି ତାରକସୀ ସାମଗ୍ରୀ କିଣିଥିଲେ। ତାରକସୀ କାମ ଥିବା ଗଣେଶଙ୍କର ଏକ ବଡ଼ ମୂର୍ତ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସହ ପ୍ରାୟ ୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର କିଣିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସ୍ମାର୍ଟ ସିଟିରେ ମାଧୁରୀଙ୍କୁ ଦେଖିବାକୁ ବୁଧବାର ପ୍ରବଳ ଭିଡ଼ ଜମିଥିଲା। ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହରେ ଯୋଗଦେବାକୁ ମାଧୁରୀ ଗତ ସୋମବାରରୁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଉପଭୋଗ୍ୟ କରିଥିଲା। ‘ମଦର୍ ଆର୍ଥ’ ରୂପରେ ସେ ଦର୍ଶକଙ୍କ ମନ ଜିଣିଥିଲେ। ପଞ୍ଚତତ୍ତ୍ୱକୁ ନିଜ ନୃତ୍ୟ ଓ ଅଭିନୟ ମାଧ୍ୟମରେ ବେଶ୍ ଆକର୍ଷଣୀୟ ଶୈଳୀରେ ଦର୍ଶାଇଥିଲେ।
ଭୁବନେଶ୍ୱରରୁ ଗହଣା କିଣିଲେ ମାଧୁରୀ
Leave a Comment
Leave a Comment
- Advertisement -
Stay Connected
Comment
- mostbet_pmEl on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
- mejdynarodnie plateji_adsl on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- mostbet_oamt on ପ୍ରଶାସନିକସ୍ତରରେ ଅଦଳବଦଳ
- mejdynarodnie plateji_mrsl on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- melbet_mgMt on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
