ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ ରାଜଧାନୀ ଏକ୍ସପ୍ରେସ

Odisha Hot News
1 Min Read

କଟକ: ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ବଗି ଛାଡ଼ି ଚାଲିଗଲା ଇଞ୍ଜିନ । ଧୃତଗାମୀ ରାଜଧାନୀ ଏକ୍ସପ୍ରେସ ର ବଗି ଛାଡି ପଳାଇଲା ଇଞ୍ଜିନ। ଏଭଳି ଏକ ଅଭାବନୀୟ ଦୃଶ୍ୟ କଟକ ରେ ଦେଖିବାକୁ ମିଳିଛି । କାଠଯୋଡ଼ି ପୋଲରେ ରାଜଧାନୀ ଏକ୍ସପ୍ରେସ ଅଟକି ରହିଥିଲା ।ରେଳବାଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପୁଣି ଥରେ ଇଞ୍ଜିନ୍ ସହିତ ବଗିକୁ ସଂଯୋଗ କରିବା ପରେ ଟ୍ରେନ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

କୋଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଛି କିମ୍ବା ଏହା ପଛରେ କଣ କାରଣ ରହିଛି ଏଯାଏଁ ସ୍ପଷ୍ଟ ହୋଇନାହିଁ । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏଭଳି ଘଟଣା କିପରି ଘଟିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଡିଆରଏମ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Share This Article
Leave a Comment