ଭୁବନେଶ୍ୱର : ଆଜି ସକାଳୁ ରାଜଧାନୀରେ ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ । ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିସିôତ ହେଉଛନ୍ତି । ଆହତ ସିକ୍ୟୁରିଟି ଗାର୍ଡ ଜଣକ ହେଉଛନ୍ତି ଜ୍ଞାନେନ୍ଦ୍ର ମଲ୍ଲିକ, ସେ ଟଙ୍କପାଣି ରୋଡ ଅନ୍ତର୍ଗତ ଏକ କଲ୍ୟାଣି ମଣ୍ଡପରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି । ପ୍ରକାଶ ଯେ, ଆଜି ସକାଳ ୫.୩୦ ବେଳେ ଦୁଇ ଜଣ ଦୁବୃର୍ତ୍ତ ମଣ୍ଡପ ଭିତରକୁ ଆସି ମଣ୍ଡପ ମାଲିକ ବିଷୟରେ ପଚାରି ଥିଲେ । ପରେ ସିକ୍ୟୁରିଟି ଗାର୍ଡଙ୍କୁ ଦୁବୃର୍ତ୍ତମାନେ ପାଣି ମାଗିଥିଲେ । ପାଣି ବୋତଲ ଦେବା ପରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗାର୍ଡଙ୍କ ଉପରକୁ ଗୁଳି ଚଳାଇ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି । ଫଳରେ ଗାର୍ଡଙ୍କ ପିଠିରେ ଗୁଳି ବାଜିଥିଲା । ଆକ୍ରମଣର କାରଣ ଜଣା ପଡିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Matthewdip on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- Robertfof on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- 888starz_htKi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Sebastianthuse on ଭାଗ ନଛିଡ଼ିବରୁ ପିଟା ପିଟି !
- WilliamHab on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
