ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

Odisha Hot News
1 Min Read

ରାୟଗଡ଼ା: ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଜେରା ଆରମ୍ଭ ହୋଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍ କାଶୀପୁର ଥାନାରେ ପହଞ୍ଚି ପଚରା ଉଚୁରା କରିଛନ୍ତି। ଅପରପକ୍ଷରେ ଫେରାର ଥିବା ତୃତୀୟ ଅଭିଯୁକ୍ତ କୃଷ୍ଣ ସି˚ହଙ୍କ ଟେର ପାଉନି ପୁଲିସ। ଗତକାଲି କୋର୍ଟରେ ରିମାଣ୍ଡ ଆବେଦନକୁ ମଞ୍ଜୁରୀ ମିଳିବା ପରେ ମୁଖ୍ୟ ଅଭିଯୁକ୍ତ ସୁମନ୍ତ ନାୟକ ଏବ˚ ପି. ଗୋବିନ୍ଦ ରାଓଙ୍କୁ ଜେଲରୁ କାଶୀପୁର ଥାନାକୁ ନିଆଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଇନସ୍‌ପେକ୍ଟର ସରୋଜ କୁମାର ମହାନ୍ତି ଦୀର୍ଘ ସମୟ ଧରି ଉଭୟଙ୍କୁ ଜେରା କରିଥିଲେ। ସେହିଭଳି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ମଧୢ ଡାକି ପଚରାଉଚରା କରାଯାଇଥିଲା। ଜେରା ସମୟରେ କ୍ରାଇମବ୍ରାଞ୍ଚ ଏଏସଆଇ ରାଘବ ପ୍ରଧାନ ଏବ˚ କାଶୀପୁର ଥାନା ଅଧକାରୀ ଦୁର୍ଗା ମାଧବ ପ୍ରଧାନ ମଧୢ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଗିରଫ ଦ୍ବିତୀୟ ଅଭିଯୁକ୍ତ ପି.ଗୋବିନ୍ଦ ରାଓଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସୁମନ୍ତର ରିମାଣ୍ଡ ଅବଧି ଆସନ୍ତା କାଲି ଶେଷ ହୋଇଯିବ। ଏହାପରେ ରାୟଗଡ଼ା ଜେଲ ହାଜତକୁ ପଠାଇ ଦିଆଯିବ। ଅପରପକ୍ଷରେ ତୃତୀୟ ଅଭିଯୁକ୍ତି କୃଷ୍ଣ ସି˚ଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଥିବା ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।

Share This Article
Leave a Comment