ଓଡ଼ିଶା ପାଇଲା ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ ।

Odisha Hot News
1 Min Read

ଭୁବନେଶ୍ୱର : ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ ଆନନ୍ଦ । ତେବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ ପରେ ନିଜ ଅଭିଭାଷଣରେ କହିଛନ୍ତି ଯେ, ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ଆଜି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି। ଦେଖନ୍ତୁ, ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ। ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି। ବେଳେ ବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ।

Share This Article
Leave a Comment