ଭୁବନେଶ୍ୱର: ଭିତର ବାହାର ଦାଉଦାଉ । ଆଜି ବିଧାନସଭାରେ ହଙ୍ଗାମା ହଟଗୋଳ, ମୁଲତବୀ ହେଉଥିବା ବେଳେ ବାହାରେ ମଧ୍ୟ ଦିନ ତମାମ ହଙ୍ଗାମା ଦେଖିବାକୁ ମିଳିଛି । ଗୋଟାଏ ପଟେ ଦୁଇ ବିରୋଧି କଂଗ୍ରେସ ଓ ବିଜେପି ଗୃହରେ ନାରାବାଜୀ କରି ଗୃହକୁ ଅକାମୀ କରିଥିଲେ । ଠିକ୍ ଏତିକି ବେଳେ ଆଜି ବିଜେପିର ଯୁବ ମୋର୍ଚ୍ଚା ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ ବେଳେ ଲୋୟର ପିଏମଜିରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହି ଆନ୍ଦୋଳନକୁ ରୋକିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ହଜାର ହଜାର ବିଜେପି କର୍ମୀଙ୍କୁ ରୋକିବାକୁ ଯାଇ ପ୍ରଥମେ ଧସ୍ତାଧସ୍ତି ଓ ପାଉଚ ଫିଙ୍ଗା ଦେଖିବାକୁ ମିଳିଥିଲା । ଏହି ପ୍ରତିବାଦ ଅବସରରେ ନେତୃତ୍ୱମାନେ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ ଏକ ବିଫଳ ସରକାର କହି ସମାଲୋଚନା ଆରମ୍ଭ କରିଥିଲେ । ୧୯ ବର୍ଷରେ ରାଜ୍ୟ ସରକାର ବେକାରି, ଦାଦନ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ଦେଶରେ ମଡ଼େଲ ସାଜିଥିବା ପ୍ରକାଶ କରିଛନ୍ତି । ଆଜି ଦିବା ୧୨ଘଟିକା ସମୟରେ ମୋର୍ଚ୍ଚାର ହଜାର ହଜାର କର୍ମୀ ଲୋୟର ପିଏମଜିରେ ଏକାଠି ହୋଇ ସରକାର ବିରୋଧ ସ୍ଲୋଗାନ ଦେଇ ବିଧାନସଭା ଅଭିମୁଖେ ଏକ ବିରାଟ ପଟୁଆରରେ ବାହାରିଥିଲେ ।
ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଓ କର୍ମୀ ମୁହାଁମୁହିଁ ; ରାଜ ରାସ୍ତାରେ ହଙ୍ଗାମା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
