‘କାଳିଆ’ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Odisha Hot News
2 Min Read

ପୁରୀ: ଆଜି ପୁରୀ ଜିଲ୍ଲା ମାଳତିପାଟପୁର ନିକଟରେ ଆରମ୍ଭ ହୋଇଛି ବିଶାଳ ଚାଷୀ ସମାବେଶ। ସରକାରଙ୍କ କାଳିଆ କାର୍ଯ୍ୟକ୍ରମ ଜରିଆରେ ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ ‘ଟଙ୍କା’ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ ।ଏହି କାର୍ଯ୍ୟକ୍ରମରେ ହିତାଧୀକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକି।

କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଣ୍ଟିବା ପାଇଁ ପୁରୀରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଚାଷୀ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କିତ ୨୍ରମାଣ ପତ୍ର ପ୍ରଦାନ କରିବା ସହିତ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରଥିଲେ। ଓଡିଶାର ଅନ୍ନଦାତାମାନେ କିଭଳି ଭଲରେ ରହିବେ ସେଥିପାଇଁ ସେ ସବୁବେଳେ ଚାହୁଁଛନ୍ତି କରୁଛନ୍ତି । କେବଳ ଗୋଟିଏ ଥର ସାହାର୍ଯ୍ୟ କଲେ, ଚଷାପୁଅର ସବୁ ସମସ୍ୟାର ସଂପୂର୍ଣ୍ଣ ଭାବରେ ସମାଧାନ ହେବ ନାହିଁ । ଏଥିପାଇଁ ଏଭଳି ଏକ ଯୋଜନା ଆସିବା ଦରକାର ଯେଉଁଥିରେ ଚାଷୀଙ୍କୁ ସବୁ ଫସଲରେ ଓ ସବୁ ଋତୁରେ ସାହାର୍ଯ୍ୟ ମିଳିପାରିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସେ କାଳିଆ ଯୋଜନା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିିଛନ୍ତି।

ଚାଷୀମାନଙ୍କ ଉତ୍ପାଦିତ ଚାଉଳରେ ଶ୍ରୀଜଗନ୍ନଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଚାଷୀମାନଙ୍କ ମହତ କାର୍ଯ୍ୟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇ ଯୋଜଚନାର ନାମ ‘କାଳିଆ ’ଯୋଜନା ଦେଇ ଏହାକୁ ସାରା ରାଜ୍ୟରେ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହି କାଳିଆ ଯୋଜନା ସମଗ୍ର ଦେଶର ଚାଷୀମାନଙ୍କ ଉନ୍ନତି ପାଇଁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିିଛନ୍ତି।

କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଣ୍ଟିବା ପାଇଁ ପୁରୀରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଚାଷୀ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କିତ ୨୍ରମାଣ ପତ୍ର ପ୍ରଦାନ କରିବା ସହିତ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରଥିଲେ।

Share This Article
Leave a Comment