ନାବାଳିକା ଛାତ୍ରୀର ପ୍ରସବ ଘଟଣାକୁ ନେଇ ତେଜିଲା ଆନ୍ଦୋଳନ ; ୧୨ ଘଣ୍ଟା ପାଇଁ କନ୍ଧମାଳ ଅକାମୀ କଲା ବିଜେପି!

Odisha Hot News
1 Min Read

କନ୍ଧମାଳ ; ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ । କନ୍ଧମାଳ ସେବାଶ୍ରମ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ଜନ୍ମ ଦେବା ଘଟଣାରେ ସରକାର ୧୦ ରୁ ଅଧିକ ଲୋକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ଏଭଳି ଘଟଣାକୁ ଜିଲ୍ଲାର ସାମାଜିକ ସଂଗଠନମାନେ ପ୍ରତିବାଦ କରିବା ସହ ଆଜି କନ୍ଧମାଳ ବନ୍ଦ ଡାକରା ଦେଇଛନ୍ତି ।
ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକର ଦେଇ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରି ଦୋକାନ ବଜାର ବନ୍ଦ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସାନ୍ତିପୁର୍ଣ୍ଣ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ ଅନ୍ୟାନ୍ୟ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବିଜେପିର ଏହି ବନ୍ଦ ଡାକରାକୁ ସ୍ଥାନୀୟ ଲୋକମାନେ ମଧ୍ୟ ସମର୍ଥନ କରୁଥିବା ଜଣାପଡ଼ିଛି ।

Share This Article
Leave a Comment