ମୁୁମ୍ବାଇ ; ଆଖି ମାରି ସାରା ବିଶ୍ୱକୁ ଘାଇଲା କରିଥିବା ତାମିଲ ଅଭିନେତ୍ରୀ ପ୍ରିୟା ପ୍ରକାଶ ନିକଟରେ ବଲିଉଡରେ ପାଦ ଥାପିଛନ୍ତି । ଫିଲ୍ମରେ ପ୍ରିୟା ପ୍ରକାଶ ଲିଡ ରୋଲରେ ଅଭିନୟ କରୁଛନ୍ତି । ଆଉ ପ୍ରଥମ ଫିଲ୍ମର ରିଲିଜ ପୂର୍ବରୁ ଅର୍ଥାତ ଟେଲର ରିଲିଜ ହେବା ପରେ ହିଁ ବିବାଦରେ ଫସିଯାଇଛନ୍ତି ପ୍ରିୟା । ପ୍ରିୟାଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଶ୍ରୀଦେବି ର ଟେଲର ରିଲିଜ ହୋଇଛି । ଫିଲ୍ମରେ ଶ୍ରୀଦେବିଙ୍କୁ କୈାଣସି କ୍ରେଡିଟ୍ ଦିଆଯାଇନଥିବା ବେଳେ ଫିଲ୍ମର ଏକ ଦୃଶ୍ୟରେ ଅଭିନେତ୍ରୀଙ୍କ ମୃତଦେହ ବାଥ ଟାବରୁ ମିଳିଛି । ଯାହାକୁ ନେଇ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ମବୁଲୀଙ୍କୁ ନୋଟିସ ଜାରି କରିଛନ୍ତି ।
ଅନ୍ୟପଟେ ଏହା ଏକ ସସପେନ୍ସ ଥ୍ରୀଲର ବୋଲି କହିଛନ୍ତି ନିର୍ଦ୍ଦେଶକ । ଶ୍ରୀଦେବୀ ଏକ ସାଧାରଣ ନାଁ ବୋଲି ଯୁକ୍ତି ବାଢିଛନ୍ତି ନିର୍ଦ୍ଦେଶକ ।ତେବେ ଫିଲ୍ମଟି ଶ୍ରୀଦେବୀଙ୍କ ଉପରେ ଆଧାରିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପ୍ରିୟା । ତେବେ ଯାହା ହେଉନା କାହିଁକି ପ୍ରଥମ ଫିଲ୍ମକୁ ନେଇ ବିବାଦରେ ଫସିଯାଇଛନ୍ତି ପ୍ରିୟା ।
ବଲିଉଡରେ ପାଦ ଥାପୁ ଥାପୁ ବିବାଦରେ ପ୍ରିୟା !

Leave a comment
Leave a comment