ପ୍ରଧାନମନ୍ତ୍ରୀଙ୍କ ପାଖେ ମୁଖ୍ୟମନ୍ତ୍ରୀ ରଖିଲେ ଦାବି ; ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇ ବକ୍ସି ଜଗବନ୍ଧୁଙ୍କୁ ଦିଆଯାଉ ଶ୍ରେଷ୍ଠ ଶଦ୍ଧାଞ୍ଜଳି!

Odisha Hot News
1 Min Read


ଭୁବନେଶ୍ୱର ; ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ଥିବାବେଳେ ମୋଦିଙ୍କ ସଭାରେ ମୋଦିଙ୍କ ନିକଟରେ ଏକ ଦାବି ରଖିଛନ୍ତି ନବୀନ । ଆଜି ମୋଦିଙ୍କ ଗସ୍ତକୁ ନେଇ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ ଯୋଗ ଦେବା ସହ କେନ୍ଦ୍ର ସରକାର ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିରେ ଯେଉଁ ସ୍ତମ୍ଭ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି ତାହାକୁ ଆମେ ସ୍ୱାଗତ କରୁଛୁ ଏବଂ ରାଜ୍ୟ ସରାକାରଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନବୀନ କହିଛନ୍ତି ।
ତେବେ ନବୀନ ନିଜର ଦାବି ରଖି କହିଛନ୍ତି ଯେ, ପାଇକ ବିଦ୍ରୋହ ଏପରି ଏକ ବିଦ୍ରୋହ ଥିଲା ଯାହା ସାରା ଦେଶରେ ବ୍ରିଟିଶମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ବକ୍ସି ଜଗବନ୍ଧୁ ଓଡିଶାର ମହାନ ସନ୍ତାନ । ସେ ଯେଉଁ ପରି ଭାବରେ ଓଡିଶାରେ ଖୋର୍ଦ୍ଧା ମାଟିରେ ଲଢେଇ କରିଛନ୍ତି ତାହାର କୌଣସି ତୁଳନା ନାହିଁ । ପାଇକ ମାନଙ୍କୁ ଏକତ୍ରୀତ କରି ସେ ଅନେକ ଆନ୍ଦୋଳନ କରିଥିଲେ । ତେଣୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ସହ ଯଦି କେନ୍ଦ୍ର ସରକାର ଏହା କରନ୍ତି ତେବେ ଏହାହିଁ ଜଗବନ୍ଧୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ନବୀନ କହିଛନ୍ତି ।

Share This Article
Leave a Comment