ନୀଳ ଆକାଶରେ ରାହୁଲ : ସୁର

Odisha Hot News
2 Min Read

ଭୁବନେଶ୍ୱର ; ନିଷ୍କ୍ରିୟ କଂଗ୍ରେସ ସକ୍ରିୟ ହେଲା । ଦେଶରେ ଗତ ନିର୍ବାଚନରେ କଂଗ୍ରେସର ବିଜୟ ବିଜେପିର ପରାଜୟ , ପୁଣି କଂଗ୍ରେସକୁ କୋମାରୁ ଉଠାଇ ଦେଇଛି । ଏହା ସହ ଛତିଶଗଡ , ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସରକାର ଗଢିବା ସହ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ଅବିଳମ୍ବେ ପାଳନ କରିଛି କଂଗ୍ରେସ । କଂଗ୍ରେସର ଏହି ପ୍ରତିଶୃତି ପାଳନ ଦେଶ ରାଜନୀତିରେ ଏକ ହଟ ଚମଟ ପରିସ୍ଥିତି ସୃଷ୍ଟି କରିବା ସହ ଏହାର ପ୍ରଭାବ ମଧ୍ୟ ଆମ ରାଜ୍ୟ ପ୍ରଦେଶ କଂଗ୍ରେସରେ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେବ କଂଗ୍ରେସ ନେତୃତ୍ୱ ମାନେ ନିଷ୍କ୍ରିୟ ଥିବାବେଳେ ପଡୋଶି ରାଜ୍ୟର ବିଜୟ , କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିଛି ଏବଂ ନେତା ଓ ନେତୃତ୍ୱମାନେ ସରକାର ବିରୋଧୀ ସ୍ୱରରେ ଗଣମାଧ୍ୟମ ସମ୍ନାରେ ବ୍ୟସ୍ତ ରହୁଛନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ସିଧାସଳଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଟାର୍ଗେଟ କରି କଡା ଭାଷାରେ ସମାଲୋଚନା କରିବା ସହ ଓଡିଶାରେ ଚଳିତ ନିର୍ବାଚନରେ କଂଗ୍ରେସ ସରକାର ଗଢିବା ସୁନିଶ୍ଚିନ୍ତ ବୋଲି ଦୃଢୋକ୍ତିର ସହ କହିଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରଥମ ସ୍ଥାନରେ, ବିଜେଡି ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ସୁର କହିଛନ୍ତି । ସେହିପରି ମୋଦିଙ୍କ ଓଡିଶାଗସ୍ତକୁ ନେଇ ମଧ୍ୟ ସେ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି ରାସ୍ତାଟିଏ କରିଦେଲେ କିମ୍ବା ସ୍କୁଲ ଉଦଘାଟନ କରିଦେଲେ ଜନସମର୍ଥନ ମିଳେନାହିଁ । ବିଜେପି ବିପର‌୍ୟ୍ୟୟ ଆଡକୁ ଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବଡ ପରାଜୟ ପରେ ବିଜେପି ଛିନଛତ୍ର ହୋଇଯାଇଥିବା କହିଛନ୍ତି ସୁର । ସେ ଆହୁରି କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଲଢୁଛି କଂଗ୍ରେସ । ନୀଳ ଆକାଶରେ ରାହୁଲଙ୍କ ମୁହଁ ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଥିବା ସୁର କହିଛନ୍ତି ।

Share This Article
Leave a Comment