ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!

Odisha Hot News
1 Min Read


ଯାଜପୁର ; ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାଁ ଭାଗ୍ୟଶ୍ରୀ ସାହାଣୀ ଓ ତାଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ବୋଲି ଜଣାପଡିଛି। ସେ ଟାଙ୍ଗିସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତତିନି ଶ୍ରେଣୀରେ ପାଠ ପଢୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଆଜି କଲେଜ ନଯାଇ ଏକୁଟିଆ ତାଙ୍କ ହଷ୍ଟେଲ୍ ରୁମ୍ରେ ଥିଲେ। ସନ୍ଧ୍ୟାରେ ତାଙ୍କ ସହପାଠୀ ଫେରିବା ପରେ ଭିତରପଟୁ ରୁମ୍ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇଲେ ବି କେହି ଖୋଲି ନଥିଲେ।ଫଳରେ ଏ ସଂପର୍କରେ ସେ ହଷ୍ଟେଲ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। କର୍ତୃପକ୍ଷ କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ହଷ୍ଟେଲ୍ କର୍ତୃପକ୍ଷ ପୋଲିସକୁ ଖବର ଦେବା ସହ ମୃତ ଛାତ୍ରୀର ପରିବାରକୁ ଜଣାଇଥିଲେ।
ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ କଣ ଜଣା ପଡ଼ିନାହିଁ।

Share This Article
Leave a Comment