‘ପେଥାଇ’ ର ପ୍ରଭାବରେ ଥରିଲେ ରାଜ୍ୟବାସୀ !

Odisha Hot News
1 Min Read


ଭୁବନେଶ୍ୱର ; ସାମୁଦ୍ରିକ ଝଡ଼ ‘ପେଥାଇ’ ର ପ୍ରଭାବରେ ରାଜ୍ୟରେ ଝିପ୍ ଝିପ୍ ବର୍ଷା ଲାଗିରହିଛି । ସ୍ଥଳ ଭାଗ ଛୁଇଁବା ପରେ ଦୁର୍ବଳ ହେଉଛି ‘ପେଥାଇ’ ।ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଘୂର୍ଣ୍ଣିଝଡ଼ ଦୁର୍ବଳ ହେଉଛି। ଯାହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ବଢ଼ିବ। ତେବେ ଆଜି (ମଙ୍ଗଳବାର) ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତନ ଆସିପାରେ ବର୍ଷା ଛାଡ଼ିବା ପରେ ପୁଣିଥରେ ଶୀତ ଲେଉଟିବ ବୋଲି ପାଣିପାଗ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି।
ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି ଫଳରେ ଲୋକେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଓ ନୂଆପଡ଼ା ଜିଲ୍ଲାର ୧୩ ହଜାର ୪୬୭ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

Share This Article
Leave a Comment