କଟକ : ୨୦୧୯ ମାଟ୍ରିକ ପରୀକ୍ଷା ଫର୍ମପୁରଣ ସମୟସୀମା ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଡିସେମ୍ବର ୧୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନଲାଇନରେ ପର୍ମ ପୂରଣ କରିପାରିବେ । ସୂଚନା ଅନୁଯାଇ ମାଟ୍ରିକ୍ ପରିକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍ ପଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦାଖଲ କରିପାରିବେ । ଏହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । । ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସହାୟତାରେ ଏସବି କଲେକଟରେ ଦାଖଲ କରିପାରିବେ କିମ୍ବା କ୍ୟାସ୍ ଟ୍ରାନ୍ସଫର କରିପାରିବେ । ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ହେବାରୁ ବୋର୍ଡ ପକ୍ଷରୁ ବିନା ଜୋରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରଣ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ମ୍ୟାଟ୍ରିକ ଛାତ୍ରଛାତ୍ରୀ ଡିସେମ୍ବର ୧୬ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ !
Leave a Comment
Leave a Comment
