[ad_1]
ଭଦ୍ରକ: ବିଭିନ୍ନ ଅତ୍ୟାବଶ୍ରକ ସାମଗ୍ର୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ହାଲ୍ଲାବୋଲ କାର୍ଯ୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ର୍ରମ ଶୁକ୍ରବାର ସଂଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ରନ୍ତ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସମୟରେ ସମସ୍ତ ଆତ୍ୟ୍ୟାବଶ୍ରକ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି । ପେଟୋଲିୟମଜାତ ଦ୍ରବ୍ୟର ଦରବୃଦ୍ଧି ଯୋଗୁଁ ସବୁ ଜିନିଷର ମୂଲ୍ୟ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଇନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, ପରିବା, ଖାଇବା ତେଲ, ଡାଲି ଜାତୀୟ ଖାଦ୍ୟର ଅହେତୁକ ଦର ବୃଦ୍ଧି ଘଟିଛି । ଲୋକେ ଗ୍ୟ୍ୟାସ ଛାଡ଼ି ପୁଣି ଜାଳ ସଂଗ୍ରହ କରି ଚୁଲି ଜାଳୁଛନ୍ତି । ଯାହାକି ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି ବୋଲି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଉପସ୍ଥିତ ରହି କୃଷକ ନେତା ତଥା ଜିଲ୍ଲା କଂଗ୍ରେସର ପ୍ରଭାରୀ ଅମୟ ପଟ୍ଟନାୟକ କହିଥିଲେ ।
ଜିଲ୍ଲା ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟରେ କେନ୍ଦ୍ର୍ର ସରକାର ଲୋକଙ୍କ ହିତ ପରିବର୍ତ୍ତେ ହୀନ ସାମ୍ପ୍ରଦାୟିକ ରାଜନୀତି ଚଳାଇଛି ବୋଲି ଅଭିଯୋଗ କରିଥିଲେ । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥି ନିମନ୍ତେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି ଦାୟୀ କରିଥିଲେ । ସେ ନିଜ ବକ୍ତବ୍ୟରେ କେନ୍ଦ୍ରୀୟ ଅବହେଳା ପାଇଁ ରାଜ୍ୟର ସାଢ଼େ ଚାରିକୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଅଧେ ଲୋକଙ୍କ ଘରେ ଦୁଇ ଓଳି ଚୂଲି ଜଳୁ ନାହିଁ । ଦୀର୍ଘ ୨୨ ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଆର୍ଥୀକ ସୁପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଇ ପାରି ନାହାନ୍ତି । ଏହା କ’ଣ ଆଛେ ଦିନ୍ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଥିଲେ । ଉକ୍ତ ପଥପ୍ରାନ୍ତ ସଭା ଅପର୍ତ୍ତିବନ୍ଧା ଛକ, ଟାଉନ ହଲ ଛକ, ପୁରୁଣାବଜାର ଛକ, ବାଙ୍କା ଛକ, ପାନ ଅରଥ ଛକ, ପାଟଣା ସାହି ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ସଭାଗୁଡ଼ିକରେ ବରିଷ୍ଠ ନେତା ତଥା ନଗର କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାନ, ବରିଷ୍ଠ ନେତା ଆଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ଅମିତା ବାଳା ଆଚାର୍ଯ୍ୟ, ପିତବାସ ଧଳ, ଅବଦୁଲ ସଲାମ, ରାଜୁ ପ୍ରସାଦ ରାୟ, ବିଜୟ ବାରିକ, ତନଭିର ଖାନ, ଏନାମୁଲ ହକ୍, ଇଲ୍ଲୀୟାସ ଅଲ୍ଲୀ ଖାନ, ରଂଜନ ଯେନା, ଟୋନୀ ଅଲ୍ଲୀ, ସଂଗ୍ରାମ ସାହୁ, ମତଲୁବ ଅଲ୍ଲୀ ଖାନ, ନଫିସ ଖାନ, ଇମ୍ର୍ରାନ ଆଲ୍ଲାମ, ସୋଲେମାନ ଖାନ, ତାହେର ମହମ୍ମଦଙ୍କ୍ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
[ad_2]
Source link

Comment