[ad_1]
କଟକ: ଭାରତ ମସଲା କମ୍ପାନୀ କେବଳ ବ୍ୟବସାୟରେ ନିଜକୁ ସୀମିତ ରଖେନି। ବ୍ୟବସାୟ ସହ ବଡ଼ବଡ଼ ଲୋକହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାଏ। ଦୈବ ଦୁର୍ବିପାକ ସମୟରେ ଲୋକହିତକାରୀ କାର୍ଯ୍ୟରେ ସାମିଲ କରି ଆସିଛି ଦୀର୍ଘ ୧୯ ବର୍ଷ ଧରି। ବାତ୍ୟା, ବନ୍ୟା, କିମ୍ବା ମହାବାତ୍ୟା ବା ପାଣ୍ଡେମିକ ପରିସ୍ଥିତି ସୃଷ୍ଟି ସମୟରେ ଜାତକିଞ୍ଚିତ ସହଯୋଗର ହାତ ବଢାଇଛି ସାଧାରଣ ଲୋକଙ୍କ ପାଇଁ। ଚଳିତ ବର୍ଷ ବନ୍ୟାରେ ବହୁ ଜିଲ୍ଲା ପ୍ରଭାବିତ ହୋଇଥିଲା ବେଳେ ଏଥର ଭାରତ ମସଲା କମ୍ପାନୀ ପହଞ୍ଚି ବାଙ୍କି ଓ ନିମାପଡା ଅଞ୍ଚଳରେ। ବାଙ୍କି, ନିମାପଡ଼ା ଓ ଗୋଡା ଅଞ୍ଚଳ, ଚଳିତ ବନ୍ୟାରେ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ‘ଭାରତ ମସଲା’ କମ୍ପାନୀ ଏସବୁ ଅଞ୍ଚଳର ୩୦୦୦ ବନ୍ୟା ପ୍ରପିଡ଼ିତ ପରିବାରଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଛି।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ନିମାପଡା ଓ ଗୋଡା ଅଞ୍ଚଳର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସମାଜସେବୀ ପ୍ରଫୁଲ୍ଲ କୁମାର ସିଂ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଓ ଭାରତ ମସଲାର କର୍ମଚାରୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ବାଙ୍କି ବନ୍ୟା ପ୍ରପିଡିତ ଅଞ୍ଚଳରେ ବିଧାୟକ ଦବୀ ରଞ୍ଜନ ତ୍ରିପାଠୀ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଏବଂ ଭାରତ ମସଲା କର୍ମଚାରୀ ବୃନ୍ଦ ଏବଂ ଅଞ୍ଚଳବାସୀ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ବନ୍ୟା, ବାତ୍ୟା ବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରେ ‘ଭାରତ ମସଲା’ ଓଡିଶାବାସୀଙ୍କୁ ସର୍ବଦା ସହାୟତାର ହାତ ବଢାଇଛି ଏବଂ ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ଭାରତତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା।
[ad_2]
Source link

Comment