[ad_1]
ଭୁବନେଶ୍ବର: ମାସକ ପରେ ପୁଣି ଥରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତୀ ଶତପଥୀ ଏବଂ ନାୟିକା ପ୍ରକୃତି ମିଶ୍ରଙ୍କୁ ନେଇ ଘଟିଥିବା ବିବାଦ ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଦ୍ବାରା ଦିଆଯାଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେ ହାଇକୋର୍ଟ ଯାଇଥିବା ଜଣାପଡ଼ିଛି। ସେ ଅଭିଯୋଗ ଆଣିଛନ୍ତି ଯେ, ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ଜୁଲାଇ ୨୩ ତାରିଖ ଦିନ ବାବୁସାନଙ୍କ ପତ୍ନୀ ତୃପ୍ତି ଭୁବନେଶ୍ବରସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁଲାଇରେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ। ତେବେ ଏତଲା ଦେବା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ମାମଲା ନେଇ ମୁହଁ ଖୋଲିଥିଲେ। ସେମାନେ କହିଥିଲେ ଯେ, ଲଳିତ ଶତପଥୀ ଓ ତାଙ୍କ ଝିଅଙ୍କ ନାଆଁରେ ଥାନାରେ ଅଭିଯୋଗ କରାଯାଇଛି। ଲଳିତ ଶତପଥୀ ଓ ତାଙ୍କ ଝିଅ ସହ ଦୁର୍ବ୍ୟବହାର କରିବା ସହ ତାକୁ ହତ୍ୟା ଧମକ ଦେଇଛନ୍ତି।
ବାବୁସାନ୍ କହିଥିଲେ ଯେ, ଚେନ୍ନାଇର ଉତ୍କଳ ଆସୋସିଏସନରେ ଆମ ନୂଆ ଫିଲ୍ମର ପ୍ରମୋସନ୍ ପାଇଁ ବିମାନବନ୍ଦରକୁ ବାହାରିଥିଲୁ। କିନ୍ତୁ ହଠାତ୍ ପତ୍ନୀ ଆସି ତାଙ୍କର ଗାଡ଼ି ଅଟକାଇ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିଥିଲେ। ଏଥିରେ ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ତାଙ୍କୁ ମୁଁ ଦୋଷ ଦେବିନି। କାରଣ ସେ ଫିଲ୍ମ ଲାଇନର ନୁହନ୍ତି କି ଏ ଲାଇନ୍ ବିଷୟରେ କିଛି ବୁଝନ୍ତି ନାହିଁ। ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ। ପ୍ରକୃତି ମୋ ପିଲାଦିନର ସାଙ୍ଗ। ମୁଁ ଆଇନର ଦ୍ୱାରସ୍ଥ ହେବିନି। କିନ୍ତୁ ଯଦି ପ୍ରକୃତି ସେଭଳି କିଛି କରେ ସେଥିରେ ମୋର କିଛି କହିବାର ନାହିଁ।
[ad_2]
Source link
Comment