ରଜ, ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରରେ ନୂଆ କଲେକ୍ସନ୍‌ ‘ପଣିହାରୀ’

Odisha Hot News
2 Min Read

ଭୁବନେଶ୍ୱର: ରଜ ଓ ସାବିତ୍ରୀ ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ରୂପା ଗ୍ରହଣା ଷ୍ଟୋର୍‌ ‘ଚାନ୍ଦି ଭଣ୍ଡାର’ ଆଣିଛି ନୂଆ କଲେକ୍ସନ୍‌ ‘ପଣିହାରୀ’। ଏହି କଲେକ୍ସନରେ ରହିଛି ଭଳିକି ଭଳି ଆକର୍ଷଣୀୟ ରୁପା ଗହଣା। ଚୋକର, ପେଣ୍ଡେଣ୍ଟ୍‌, ବ୍ରେସ୍‌ଲେଟ୍‌, ଆଡ୍‌ଜଷ୍ଟେବେଲ୍‌ ଷ୍ଟ୍ରାପ୍‌, ଇୟରିଂ, ଫିଙ୍ଗର ରିଙ୍ଗ, ପାଉଁଜି ଏବଂ ଆହୁରି ଅନେକ କିଛି ମନୋଲୋଭା ଗହଣା ଏହି କଲେକ୍ସନ୍‌ରେ ରହିଛି। ଗ୍ରାହକଙ୍କ ପାଇଁ ଶହୀଦନଗର ସ୍ଥିତ ଚାନ୍ଦି ଭଣ୍ଡାର ଷ୍ଟୋର୍‌ରେ ସ୍ବତନ୍ତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ମେ’ 22 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ଶୋରୁମ୍‌ ଆସି ଗ୍ରାହକମାନେ ମନୋଲୋଭା ପଣିହାରୀ କଲେକ୍ସନ୍‌ର ପ୍ରଥମ ଅନୁଭୂତି ନେଇପାରିବେ। ଏହି କଲେକ୍ସନ୍‌ରେ ଅତ୍ୟାଧୁନିକ ଅକ୍ସିଡାଇଜଡ୍‌ ଗହଣା ପାଇପାରିବେ।
ରଜ ଓ ସାବତ୍ରୀ ଉପଲକ୍ଷେ ଷ୍ଟୋର୍‌ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଅଫର୍‌ ଅଣାଯାଇଛି। ମେ’ 13ରୁ ଜୁନ୍ 16 ମଧ୍ୟରେ ଏହି ଅଫର ଜରିଆରେ ଗ୍ରାହକ ଗଢ଼ାମୂଲ୍ୟରେ 30 ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର ଶହୀଦନଗର, ପଟିଆ ଏବଂ ରାଉରକେଲାସ୍ଥିତ ଶୋରୁମ୍‌ରେ ଉପଲବ୍ଧ ବୋଲି କହିଛନ୍ତି ଶୋରୁମ୍‌ ମାଲିକ ମାଣିକ ହଂସ। ଜୀବନରେ ରୂପାର ମହତ୍ବକୁ ଚାନ୍ଦି ଭଣ୍ଡାର ମାନ୍ୟତା ଦେଇ ଆସିଛି। ଡିଜାଇନ୍‌ ଏବଂ କ୍ବାଲିଟି ଦୃଷ୍ଟିକୋଣରୁ ଗ୍ରାହକଙ୍କୁ ସର୍ବୋତ୍ତମ ଉତ୍ପାଦ ଯୋଗାଇ ଦେବାରେ ଚାନ୍ଦି ଭଣ୍ଡାରର ମିସନ୍‌ ଜାରି ରହିବ ବୋଲି ହଂସ କହିଛନ୍ତି।
ଶ୍ରୀମତୀ ଲିପ୍ସା ହଂସ କହିଛନ୍ତି ପƒଣିହାରୀ’ ନାଁଟି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶଶରୁ ଉଦ୍ଧୃତ। ପƒଣିହାରୀ ନୂତନ ƒପିଢ଼ିର ଆଧୁନିକ ମହିଳାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଯେଉଁମାନେ ପରମ୍ପରା ଏବଂ ବିଶ୍ୱାସ ସହିତ ଆଜିର ଆଧୁନିକ ସମାଜରେ ନିଜକୁ ଖାପଖୁଆଇ ଚଳନ୍ତି ସେମାନଙ୍କ ପାଇଁ ଏହି ଅନନ୍ୟ ଗ୍ରହଣା ଏକଦମ୍‌ ପିଟ୍‌। ଶ୍ରମତୀ ହସଂ କହିଛନ୍ତି ଅଫିସ୍‌କୁ ଯାଆନ୍ତୁ କିମ୍ବା କେଉଁଠିକୁ ବୁଲିବାକୁ ଏହି ଗହଣାଗୁଡ଼ିକ ଅତି ଆକର୍ଷଣୀୟ ଲାଗିଥାଏ। ଏଥିସହ ବନ୍ଧୁ ଓ ପରିଜନଙ୍କୁ ଉପହାର ଦେବାପାଇଁ ଏହା ସର୍ବୋକୃଷ୍ଟ। ଚାନ୍ଦି ଭଣ୍ଡରରେ ବ୍ୟାପକ ପ୍ରକାର ଅକ୍ସିଡାଇଜଡ୍‌ ଗହଣା ଉପଲବ୍ଧ। ପ୍ରଥମଥର ପାଇଁ ଷ୍ଟୋର୍‌ ପକ୍ଷରୁ ଜଟିଳ ତାରକସି କାମ ଉପରେ ଅକ୍ସିଡାଇଜଡ୍‌ ଫିନିସ୍‌ର ଫ୍ୟୁଜନ୍ ରହିଥିବା ଗହଣା ଅଣାଯାଇଛି। ଏଥିସହ ଗ୍ରାହକମାନେ ନିଜ ପୁରୁଣା ରୂପା ଗହଣା ବଦଳାଇ ନୂଆ ଗହଣା ନେଇପାରିବେ। ଏକ୍ସଚେଞ୍ଜ୍‌ ଉପରେ ଷ୍ଟୋର୍‌ ପକ୍ଷରୁ 100% ମୂଲ୍ୟ ପ୍ରଦାନ କରାଯାଉଛି ବୋଲି ଶ୍ରୀମତୀ ହଂସ କହିଛନ୍ତି। ଜୀବନରେ

Share This Article