ପ୍ରାଥମିକ ଶିକ୍ଷା ଦିଗହରା,ଚଳିତ ବର୍ଷରେ ବିନା ବହିବସ୍ତାନୀରେ ଆରମ୍ଭ ହେଲା ଶିକ୍ଷାବର୍ଷ

Odisha Hot News
4 Min Read

ଭଦ୍ରକ: ଏହି ଜିଲାର ଚାନ୍ଦବାଲି ବ୍ଲକରେ ପ୍ରାଥମିକ ଶିକ୍ଷା ଦିଗହରା ହୋଇ ପଡିଛି । ମାର୍ଚ ମାସରେ ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଚାନ୍ଦବାଲ ବ୍ଲକରେ ଥିବା ୨୯୩ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିନା ବହିବସ୍ତାନୀରେ ଚଳିତ ଶିକ୍ଷା ବର୍ଷରେ ଶିକ୍ଷା ଆରମ୍ଭ କରିଛନ୍ତି । ମାତ୍ର ଏହି ଶିକ୍ଷା ବର୍ଷରେ କେଉଁ ପରିସ୍ଥିତିରେ ବିନା ବହି ବସ୍ତାନୀରେ ପାଠ ଆରମ୍ଭ କଲେ ଏବଂ ଏଥି ପାଇଁ କୌଣସି ଶିକ୍ଷା ଅଧିକାରୀ ସରକାର ଦେଉଥିବା ବହି ଆଣି ଛାତ୍ରଛାତ୍ରୀ ମାନଙ୍କୁ ବଂଟନ କରି ଶିକ୍ଷାଦାନ ଆରମ୍ଭ କରିବେ ସେଥିପ୍ରତି ଯତ୍ନବାନ ହୋଇ ନାହାନ୍ତି । ଫଳରେ ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଦିଗହରା ହୋଇ ପଡିଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଚାନ୍ଦବାଲି ବ୍ଲକରେ ୧୫୩ଟି ପ୍ରାଥମିକ ,୧୦୦ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ୪୦ଟି ଉଚ୍ଚ ବିଦ୍ୟାଳୟ ଏବଂ ୧ଟି ଆଦର୍ଶ ବିଦ୍ୟାଳୟ ଅଛି । ଚଳିତ ଶିକ୍ଷା ବର୍ଷରେ ୮ଶହରୁ ଉର୍ଦ୍ଧ ପିଲା ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ଥିଲେ ।
ସରକାରୀ ନିୟମାନୁଯାୟୀ ପ୍ରତ୍ୟେକ ବର୍ଷ ପ୍ରଥମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ମାଗଣା ବହି ଏବଂ ପୋଷାକ ଯୋଗାଇ ଦେବାର ନିୟମ ଅଛି । ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ମାଗଣା ପୋଷାକ ବଂଟନ ହୋଇ ସାରିଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କିପରି ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟକୁ ଆସି ବିଦ୍ୟା ଗ୍ରହଣ କରିବେ ଏବଂ ସେମାନଙ୍କ ମାନସିକତା ଓ ଏକାଗ୍ରତା ବଢାଇବା ଜରୁରୀ ସେଥିପ୍ରତି ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯତ୍ନବାନ ହୋଇ ପଡିଛନ୍ତି । ମାତ୍ର ଏହି ୨୯୩ ଟି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ବଂଟନ ହେବାକୁ ଥିବା ବହି ଆଜି ପର୍ଯ୍ୟନ୍ତ ବ୍ଲକକୁ ଆସି ପାରି ନଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି । ସବୁଠାରୁ ରୋଚକର ବିଷୟ ଦୀର୍ଘ ଦିନ ହେବ ଚାନ୍ଦବାଲି ବ୍ଲକରେ ବ୍ଲକ ଶିକ୍ଷାଧିକାରୀ ପଦବୀ ଫାଙ୍କା ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପଦବୀ ପୂରଣ ପାଇଁ କେହି ଯତ୍ନବାନ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ଥିବା ସହକାରୀ ବ୍ଲକ ଶିକ୍ଷାଧିକାରୀ ପଦବୀ ଫାଙ୍କା ମଧ୍ୟ ଅଛି । ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ ୩ଜଣ କିରାଣୀ ଥିବା ବେଳେ ୨ଜଣ କିରାଣୀ ବର୍ତମାନ ପରିସ୍ଥିତିରେ ମେଟ୍ରିକ ପରୀକ୍ଷା ପାଇଁ ବ୍ୟସ୍ତ ଥିବା ବେଳେ ଆଉ ଜଣେ କିରାଣୀ ବ୍ଲକରେ ଥିବ ଆଦର୍ଶ ବିଦ୍ୟାଳୟ ପାଇଁ ବ୍ୟସ୍ତ ଥିବା ଜଣାଯାଇଛି ।
ସରକାରଙ୍କ ତରଫରୁ ମାଗଣା ବହି କିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଅ‘ିସରୁ ଆସି ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ ପହଂଚିବ ଏବଂ ଚାନ୍ଦବାଲି ବ୍ଲକରେ ଥିବା ୧୭ଟି କ୍ଲଷ୍ଟରରେ ସମସ୍ତ ବିଦ୍ୟାଳୟରେ ଏହି ବହି ବଂଟନ କରାଯିବ ତାହା ସମସ୍ତଙ୍କ ମନରେ କୁହେଳିକା ସୃଷ୍ଟି କରିଛି । ଗୋଟିଏ ପକ୍ଷରେ ବ୍ଲକ ଶିକ୍ଷାଧିକାରୀ ସହକାରୀ ବ୍ଲକ ଶିକ୍ଷାଧିକାରୀ ପଦବୀ ଫାଙ୍କା ପଡିଥିବା ବେଳେ ବିଦ୍ୟାଳୟକୁ ଯାଉଥିବା ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ସରକାର ଫଳରେ ସଭିଏ ପଢନ୍ତୁ ସଭିଏ ବଢନ୍ତୁ ଏକ ପ୍ରହସନରେ ପାଲଟିଛି । ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ଥିବା ବେସରକାରୀ ବିଦ୍ୟାଳୟ ମାନଙ୍କରେ ଆକାଶ ଛୁଆଁ ନାମଲେଖା ମଧ୍ୟ ସାଧାରଣ ଜନତାଙ୍କୁ ବ୍ୟସ୍ତ ବିବ୍ରତ କରି ପକାଇଛି । ସାଧାରଣ ଜନତାଟିଏ କିପରି ନିଜର ପିଲା ମାନଙ୍କୁ ହଜାର ହଜାର ଟଙ୍କା ଦେଇ ପ୍ରାଥମିକ ଶିକ୍ଷା ଦେବ ତାହା ମଧ୍ୟ ଚିନ୍ତାରକାରଣ ପାଲଟିଛି । ସରକାରଙ୍କ ତରଫରୁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ଆର୍ଥିକ ଅନଗ୍ରସର ପିଲା ମାନଙ୍କ ପାଇଁ ୨୫ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ବେସରକାରୀ ବିଦ୍ୟାଳୟ ପରିଚାଳନା କମିଟି ଫୁ କରି ଦେଉଛି ଫଳରେ ସାଧାରଣ ଜନତା ସରକାରୀ ବିଦ୍ୟାଳୟରେ ବହି ଖଣ୍ଡେ ପାଉ ନଥିବା ବେଳେ ବେସରକାରୀ ବିଦ୍ୟାଳୟରେ ମାଗଣା ଶିକ୍ଷା କିପରି ଉପଲବଦ୍ଧ କରାଇବ ତାହା ପ୍ରତି ସରକାର ଯତ୍ନବାନ ହେବା ଜରୁରୀ ବୋଲି ଅଭିଭାବକ ସଂଘ ଦାବୀ ଜଣାଇଛି ।
ତୁରନ୍ତ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟକୁ ମାଗଣା ବହି ପହଂଚାଇବା ଜରୁରୀ ହୋଇ ପଡିଥିବ ।ବେଳେ ବେସରକାରୀ ବିଦ୍ୟାଳୟରେ କିପରି ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଡାକଡି ଭାବେ ଲାଗୁ ହେବ ସେଥିପ୍ରତି ଯତ୍ନବାନ ହେବା ଜରୁରୀ ନଚେତ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଥିବା ୫ଟି ସ୍କୁଲରେ ବିନା ବହି ବସ୍ତାନୀରେ ଶିକ୍ଷାଦାନ ମଧ୍ୟ ଏକ ପ୍ରହସନ ହୋଇ ରହିଯିବ ।କେଉଁ ପରିସ୍ଥିତିରେ ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ବଂଟନ ହେବାକୁ ଥିବା ବହି ଛାତ୍ରଛାତ୍ରୀ ମାନଙ୍କୁ ବଂଟନ କରାଯାଇ ନାହିଁ ବୋଲି ଦାୟିତ୍ୱରେ ଥିବା ସହକାରୀ ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ନାୟକ କୁହନ୍ତି ବହି ଗୁଡିକ ଆସିଯାଇଛି ଆଗାମୀ ୫ତାରିଖ ଠାରୁ ଏହା ବଂଟନ କରାଯିବ, ମାତ୍ର କେଉଁ ପରିସ୍ଥିତିରେ ଚଳିତ ଶିକ୍ଷା ବର୍ଷ ରେ ବହି ବଂଟନରେ ଅବ୍ୟବସ୍ଥା ଦେଖାଦେଇଛି ପ୍ରଶ୍ନକୁ ଏଡାଇ ଯାଇଥିଲେ ।

Share This Article