ଭଦ୍ରକ ଜାମା ମସଜିଦ୍‌ରେ ଶବେକଦର ପର୍ବ ପାଳିତ – Fast News Network

Odisha Hot News
2 Min Read

ଭଦ୍ରକ: ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣାବଜାର ଛକ ସ୍ଥିତ ଜାମା ମସଜିଦରେ ‘ଶବେକଦର’ଓ ‘ଲଏଲତୁଲ’ ପର୍ବ ପାଳିତ ହୋଇଯାଇଛି । ରମଜାନ ମାସର ୨୬ ରୋଜା(ଉପବାସ) ଓ ୨୭ ତରାୱୀ ନମାଜରେ ଶବେକଦର ପର୍ବ ପାଳିତ ହୋଇଥାଏ । ଏହି ଶବେକଦରରେ ଇସଲାମ ଧର୍ମର ପବିତ୍ର ‘କୋରାନ’ ନାଜିଲ ହୋଇଥିଲା । ଏହି ପର୍ବ ଅବସରରେ ସମସ୍ତ ମସଜିଦଗୁଡ଼ିକୁ ରଙ୍ଗ ବୋରଙ୍ଗର ଆଲୋକରେ ସଜା ଯାଇଥିଲା । ରମଜାନର ପ୍ରଥମ ତରାୱୀ ଠୁ ୨୭ ତରାୱୀ ନମାଜ ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜ ମାନେ ତରାୱୀ ନମାଜ ପାଠ କରିଥାନ୍ତି । ଏହି ତରାୱୀ ନମାଜ ୨୭ ତରାୱୀରେ କୋରାନକୁ ପଢ଼ି ସାରି ଶେଷ କରନ୍ତି । ଶେଷରେ ନମାଜ ପଢ଼ିଥିବା ଲୋକେ ନିଜ ନିଜର ଦେୟ(ନଜରାନା) ମସଜିଦରେ ହାଫିଜ ଓ ମୌଲବୀଙ୍କୁ ଦେଇଥାନ୍ତି । ଏହି ଶବେକଦର ରାତ୍ରୀରେ ଅନିଦ୍ରା ରହି ରାତି ତମାମ ନମାଜ ପାଠ କରନ୍ତି । ଜାମା ମସଜିଦ ସରଜମିନରେ ମଧ୍ୟ ଶବେକଦର ପର୍ବ ଜାମା ମସଜିଦର ସଭାପତି ତଥା ମୁସଲିମ ଜମାତର ସଭାପତି ଏନାମ ମହମ୍ମଦଙ୍କ ସଭାପତିତ୍ୱରେ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମୁସଲିମ ଜମାତ୍‌ର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, ସମ୍ମାନିତ ଅତିଥି ଭାବେ ଅବଦୁଲ ମୁକିତ୍ ଖାଁ, ଶେଖ ସିରାଜୁଦ୍ଦିନ ଯୋଗଦାନ କରିଥିଲେ । ଜାମା ମସଜିଦ୍‌ରୁ ଉଠିଥିବା ନଜରାନାକୁ ମୁଖ୍ୟ ଅତିଥି ଜାମା ମସଜିଦର ଇମାମ ହାଫିଜ ସାଦିକ ହୋସନ ଓ ମୌଲାନା ଲାଲା ଭାଇଙ୍କୁ ଉପହାର ଦେଇଥିଲେ । ମସଜିଦର ଅଏତକାଫରେ ବସିଥିବା ୧୦ଜଣ ଓ ମସଜିଦ ସଫେଇ କରୁଥିବା ୧୧ଜଣଙ୍କୁ ମଧ୍ୟ ଉପହାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମସଜିଦର ସଂପାଦକ ଶେଖ ଗୋଲାମ ମୋହିଉଦ୍ଦିନ, ସହ ସଂପାଦକ ଶେଖ ଅନୱାର , ଉପସଭାପତି ଶେଖ ହଫିଜୁଲ୍ଲା, ଶେଖ ଇମତିଆଜ, ଇସାର ଅଲ୍ଲୀ, ଶେଖ ମଇରାଜୁଦ୍ଦିନ, ମୀର ମେହେବୁବ, ଅନୱାର ଶାହା, ଶେଖ ବୁଧିଆ, ଗୁଲ ମହମ୍ମଦ ଖାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Share This Article