ପବିତ୍ର ରମଜାନ୍‌ରେ ଟୁଇନ ସିଟିରେ ଜଜବାର ନୂଆ ପ୍ରୟାସ – Fast News Network

Odisha Hot News
1 Min Read

ଭୁବନେଶ୍ବର: ଗରୀବ, ଅସହାୟଙ୍କ ମୁହଁରେ ହସ ଫୁଟାଇବା ପବିତ୍ର ରମଜାନ ମାସରେ ସବୁ ଧର୍ମର ଲୋକଙ୍କୁ ମାଗଣା ରାସନ୍ ସାମଗ୍ରୀ ବଣ୍ଟନ କରିଛି ଅନୁଷ୍ଠାନ। ଆଜି ଜଜ୍‌ବାର ଅଧ୍ୟକ୍ଷ ସଫଦର୍ ହାସିମଙ୍କ ନେତୃତ୍ୱରେ ପଟିଆ ସ୍ଥିତ ଜଜବା ମୁଖ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ଓ କଟକ ବସ୍ତି ଅଞ୍ଚଳର ଶତାଧିକ ଗରିବ ବସ୍ତି ବାସିନ୍ଦା, ଅସହାୟ, ଭିନ୍ନକ୍ଷମ ଲୋକଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଛି ଅନୁଷ୍ଠାନ। କାର୍ଯକ୍ରମରେ ଅଭିନେତ୍ରୀ ଦିବ୍ୟା ଭାରତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗରିବ ଲୋକଙ୍କୁ ଏହି ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି। କୋଭିଡ୍-୧୯ ସମୟରେ ଅନୁଷ୍ଠାନ ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକଙ୍କୁ ରନ୍ଧା, ଶୁଖିଲା ଖାଦ୍ୟ, ଶୀତଦିନେ ଫୁଟ୍ ପାତ୍‌ରେ ଶୋଇଥିବା ଲୋକଙ୍କୁ କମ୍ବଳ ବଣ୍ଟନ କରି ବେଶ୍ ଚର୍ଚ୍ଚାରେ ରହି ଆସିଛି ଅନୁଷ୍ଠାନ। ଏଥି ସହ ଚଳିତ ବର୍ଷ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ପିପିଲି, ପୁରୀ, କଟକ, କଟକ ସଦର, ସାଲେପୁର, ଟାଙ୍ଗୀ, ସମ୍ବଲପୁର ପ୍ରଭୂତି ଅଞ୍ଚଳରେ ପ୍ରାୟ ୩ ହଜାର ରାସନ୍ ସାମଗ୍ରୀ ପୁଡିଆ ବଣ୍ଟନ କରିଛି ଅନୁଷ୍ଠାନ। ଆଗକୁ ଏହି କାର୍ଯକ୍ରମ ବ୍ୟାପକ କରିବାକୁ ଯୋଜନା ରଖିଛି ଜଜବା।

Share This Article