ସ୍ୱାସ୍ଥ୍ୟସେବା ନେଇ ଉଦ୍‌ବଗେ ପ୍ରକଟ – Fast News Network

Odisha Hot News
1 Min Read

ଭଦ୍ରକ: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଇଏମ୍‌ଏର ରାଜ୍ୟ ପ୍ରତିନିଧି ଦଳ ଭଦ୍ରକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ରକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ କଳ୍ପନାଦେବୀ ଚାରିଟେବ୍‌ଲ ଟ୍ରଷ୍ଟ ଆନୁକୂଲ୍ୟରେ ଚାଳିଥିବା କାଉପୁର ସ୍ଥିତ ଜରାଶ୍ରମକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କୁ ଭେଟିଥିଲେ । ସେମାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଦୈନିକ ଚଳଣି, ରହଣି ସମ୍ପର୍କରେ ପଚାରି ବୁଝିଥିଲେ । ଆଇଏମଏ ରାଜ୍ୟ ପ୍ରତିନିଧି ଦଳ ରାଜ୍ୟ ସଭାପତି ଡାକ୍ତର ରଜତ ରାୟ, ରାଜ୍ୟ ସମ୍ପାଦକ ଡାକ୍ତର ବ୍ରଜ କିଶୋର ଦାଶ, କେନ୍ଦ୍ର ଆଇଏମଏର ଭାଇସ୍‌ଡିନ୍ ସିଜିପି ଜନ୍ମେଜୟ ମହାପାତ୍ର, ରାଜ୍ୟ ଯୁଗ୍ମସମ୍ପାଦକ ଡାକ୍ତର ଦେବ ପ୍ରସାଦ ମହାନ୍ତି, ଜେନେରାଲ ମ୍ୟାନେଜର ରବି ନାରାୟଣ ମିଶ୍ର, ରାଜ୍ୟ ଉପସଭାପତି ଡାକ୍ତର ଶତ୍ରୁଘ୍ନ ହାତୀ ପ୍ରମୁଖଙ୍କ ସମେତ ଭଦ୍ରକ ଆଇଏମ୍‌ଏ ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ଝସକେତନ ମହାନ୍ତି ପ୍ରମୁଖ ଏହି ପ୍ରତିନିଧି ଦଳ ସହିତ ଜରାଶ୍ରମ ଯାଇ ସେମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ପରେ ହୋଟେଲ ଓରିଅନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ସେଥିରେ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଜିଲ୍ଲାର ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚକିିତ୍ସାଳୟ ତୁରନ୍ତ କାର୍ଯ୍ୟକ୍ଷମ ହେବା, ଅଭାବ ଡାକ୍ତର ସ୍ଥାନ ଶୀଘ୍ର ପୂରଣ କରାଯିବା, ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା ପୂର୍ଣ୍ଣ ଭାବରେ ଯୋଗାଇବା ନେଇ ଆଇଏମ୍‌ଏ ଭଦ୍ରକ ଶାଖା ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ଦାବି କରିଥିଲେ । ଭଦକ୍ରରେ ମେଡ଼ିକାଲ କଲେଜ ସ୍ଥାପନ ଦିଗରେ ଆଇଏମ୍‌ଏ ରାଜ୍ୟ ସରକାରଙ୍କଠାରେ ଦାବି କରିବ ବୋଲି ରାଜ୍ୟ ସଭାପତି କହିବା ସହ ଜିଲ୍ଲାର କିପରି ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ ସେ ଦିଗରେ ଆଇଏମ୍‌ଏ ପଦକ୍ଷେପ ନେବ ବୋଲି କହିଥିଲେ ।

Share This Article