ନୂଆଦିଲ୍ଲୀ:ଏଥର ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷାକୁ ବର୍ଷକରେ ଗୋଟିଏ ଥର ଆୟୋଜିତ କରିବ ସିବିଏସଇ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ ଏବେ ଏହି ଦୁଇ ପରୀକ୍ଷାକୁ ବର୍ଷକରେ ଗୋଟିଏ ଥର ଆୟୋଜନ କରିବ ।
ସୂଚନାଯୋଗ୍ୟ, କରୋନା ମହାମାରୀ ପୂର୍ବରୁ ୨୦୨୧ରେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷାକୁ ବୋର୍ଡ଼ ଓ୍ୱାନ୍ ଏବଂ ବୋର୍ଡ଼ ଟୁ ଭଳି ଦୁଇଟି ଭାଗରେ ବଣ୍ଟା ଯାଇଥିଲା । ୨୦୨୧ରେ ସିଲାବସକୁ ମଧ୍ୟ କମ୍ କରିଦିଆଯାଇଥିଲା । ତେବେ ମହାମାରୀ ଚାଲିଥିବାରୁ ବାଧ୍ୟ ହୋଇ ସିବିଏସଇ ଏଭଳି ନିଷ୍ପତ୍ତି ନେଇଥିଲା ବୋଲି କହିଥିଲା । ସେହି ସମୟରେ ଅନୁମାନ କରାଯାଉଥିଲାଯେ, ସିବିଏସଇ ଏହି ପରୀକ୍ଷାକୁ ଦୁଇ ଦୁଇ ଥର କରିବ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ ହୋଇଛି ।
ଏଥର ଦୁଇ ଥର ନୁହେଁ ବରଂ ଥରକେ ହେବ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା

Comment