୪୩.୪ ଡିଗ୍ରି ସହ ବାରିପଦା ସର୍ବାଧିକ ଉତ୍ତପ୍ତ ସହର, ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Odisha Hot News
1 Min Read

ଭୁବନେଶ୍ୱର: ବାରିପଦାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ୪୩.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ରାଜ୍ୟର ୧୬ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୋନପୁରରେ ୪୩.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଅନୁଗୁଳରେ ୪୨.୯, ଝାରସୁଗୁଡ଼ାରେ ୪୨.୭, କେନ୍ଦୁଝରରେ ୪୦.୩, ସମ୍ବଲପୁରରେ ୪୧.୮, ସୁନ୍ଦରଗଡ଼ରେ ୪୨.୦, ହୀରାକୁଦରେ ୪୦.୬, ତାଳଚେରରେ ୪୧.୬, ଭବାନୀପାଟଣାରେ ୪୦.୮, ବଲାଙ୍ଗୀରରେ ୪୩.୦, ଟିଟିଲାଗଡ଼ରେ ୪୧.୮, ମାଲକାନଗିରିରେ ୪୦.୦, ବୌଦ୍ଧରେ ୪୨.୫ ଓ ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ଭୁବନେଶ୍ୱରରେ ୩୮.୨ ଓ କଟକରେ ୩୯.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Share This Article