ଗିରଫ ହେଲେ କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ

Odisha Hot News
1 Min Read

ଭୁବନେଶ୍ବର: ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। କାର୍ତ୍ତିକେଶ୍ୱର ରାଉଳଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୁର୍ନୀତିକୁ ପ୍ରୋତ୍ସାହନ ଓ ଟଙ୍କା ଲୁଚାଇବାରେ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଛି ଭିଜିଲାନ୍ସ। ଆଜି କଳ୍ପନା ପ୍ରଧାନଙ୍କୁ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯିବ।
ସୂଚନାଯୋଗ୍ୟ, କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ଏକ କୁଡ଼ିଆ ଘରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିଲା । ଏଯାଏ ତାଙ୍କ ପାଖରୁ ମୋଟ୍ ୩ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ସେଠାରୁ ୩୫୪ ଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି। ଏହାକୁ ସାଲିଆସାହିରେ ଦ୍ବିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କଳ୍ପନା ପ୍ରଧାନ। କଳ୍ପନାଙ୍କୁ ପଚରାଉଚରା ବେଳେ ସେ ରାଜଧାନୀର ସାଲିଆ ସାହିରେ ତାଙ୍କ ଭଉଣୀ ଘରେ ଅଧିକ ନଗଦ ଟଙ୍କା ଓ ସୁନା ଇତ୍ୟାଦି ଲୁଚାଇ ରଖିଥିବା ଭିଜିଲାନ୍ସ ଆଗରେ ସ୍ୱୀକାର କରିଥିଲେ।
ଏଥିସହିତ ରାଜଧାନୀର ପୋଖରୀପୁଟରେ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଗୋଟିଏ ଟ୍ରିପଲେକ୍ସ ଠାବ ହୋଇଛି। ଏହାକୁ ସେ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡଠାରୁ ନଗଦ ୭୮,୫୦,୦୦୦ ଟଙ୍କା ଦେଇ କିଣିଥିଲେ। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠାରୁ ଲମ୍ବା ଚଢ଼ାଉ ବୋଲି କୁହାଯାଉଛି। ଏନେଇ ଅଧିକ ତଦନ୍ତ ଚାଲିଛି।

Share This Article