ଭଦ୍ରକ: ଭଦ୍ରକ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା ଅଧ୍ୟକ୍ଷତା କରିବା ସହିତ ନବ ନିର୍ବାଚିତ ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପ ସଭାପତି ଗୋପବନ୍ଧୁ ଦିକ୍ଷୀତ, ଯୁଗ୍ମ ସଂପାଦକ(ସାଧାରଣ) ନିକଞ୍ଜ ପୁହାଣ, ଯୁଗ୍ମ ସଂପାଦକ(ଲାେବ୍ରେରୀ) ଜିତେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର କର, ସହ ସଂପାଦକ ବିଶ୍ୱରଂଜନ ଦାସ, କାର୍ଯ୍ୟକାରୀ ସଦସ୍ୟ ଗିରିଜା ଶଂକର ଦାସ, ସୁଶାନ୍ତ କୁମାର ଜେନା, ସଂଜିବ କୁମାର ମହାପାତ୍ର, ସମସ୍ତ କର୍ମକର୍ତ୍ତାମାନଙ୍କୁ ସଂଘର ପଦ ମର୍ଯ୍ୟାଦା, ସୁପରିଚାଳନା ଓ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଇଥିଲେ । ପରେ ନବ ନିର୍ବାଚିତ କର୍ମକତ୍ତାମାନେ ବିଦାୟୀ କର୍ମକର୍ତ୍ତାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପବନ ଶର୍ମା, ପ୍ରାକ୍ତନ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ପ୍ରାକ୍ତନ ଉପ ସଭାପତି କରୁଣାକର ଦାଶଙ୍କ ସମେତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଲଲାଟନ୍ଦୁ ଦିକ୍ଷୀତ, ସହଯୋଗୀ ଅଧିକାରୀ ସନ୍ତୋଷ ନାୟକ, ହରିହର ଧଳ, ସରୋଜ ଦାସ, ଅଞ୍ଜୁବାଳା ରାଉତ, ଦୀପକ ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବମାନେ ଉପସ୍ଥିତ ଥିଲେ ।
ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ନେଲେ – Fast News Network
- Advertisement -

Comment