କୋଚିଳେଇ ମହୋତ୍ସବ ଉଦ୍‌ଯାପିତ – Fast News Network

Odisha Hot News
1 Min Read

କଟକ: କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ସଫିପୁର ଠାରେ କୋଚିଳେଇ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଏସ ଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁ, କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ଯୋଗେଦଇ ମହୋତ୍ସବର ଆଭିମୁଖ୍ୟ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ନବ ନିର୍ବାଚିତ ବିଏମସି ମେୟର ସୁଲୋଚନା ଦାସ, ସିଏମସି ମେୟର ସୁବାସ ସିଂ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଉପାଧ୍ୟକ୍ଷ ସୁଭ୍ରଦା ଦାସଙ୍କୁ କୋଚିଳେଇ ମହୋତ୍ସବ କମିଟି ପକ୍ଷରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବ୍ଲକ ଉପାଧ୍ୟକ୍ଷ ଅମ୍ବିକା ପାତ୍ର ଓ ନବ ନିର୍ବାଚିତ ସଦର ବ୍ଲକର ୬ଜଣ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ବିଜେଡି ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟ ପୃଷ୍ଠପୋଷକ ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ମହାପାତ୍ର, ବିଭୂତି ଭୁଷଣ ପରିଡା, ରଜନୀକାନ୍ତ ସାହୁ, କୌଶିକ ଜେନା, ନୀଳମାଧବ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବକୁ କମିଟିର ସୁମନ୍ତ କୁମାର ପଣ୍ଡା, ସୁବୋଧ ବେହେରା, ଡଃ ଦେବୀଦତ୍ତ ନନ୍ଦ, ଅନିରୁଦ୍ଧ ରାଉଳ, ସୁରେଶ ରଣା ପ୍ରମୁଖ ପରିଚାଳନା କରିଥିଲେ।
ଏହି ରଙ୍ଗୀନ ମହୋତ୍ସବରେ ଲୁବୁନଟୁବୁନ, ଅସୀମା ପଣ୍ଡା ଟ୍ରୁପଙ୍କ ସମେତ ଅନ୍ୟରନ୍ୟ ନାମୀ କଳାକାରମାନେ ସାଂସ୍କୃତିକ କଳା ପରିବେଷଣ କରିଥିଲେ। ଟିଭି କଳାକାର ମିସ୍‌ ଶୋଭନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମହୋତ୍ସବ କମିଟିର ପୁରୋଧା ଜୟ ଭାରତ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Share This Article