ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲିକୋଟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ଶ୍ରୀ ଅସିତ କୁମାର ପଟ୍ଟନାୟକ, ଡ. ରେବତୀ କାନ୍ତ ମହାରଣା, ଶ୍ରୀ କାଳୀଚରଣ ପାଢୀ, ଶ୍ରୀ ପ୍ରିୟରଞନ ସାମନ୍ତ ତଥା ଅନ୍ୟାନ୍ୟ ସଭ୍ୟମାନଙ୍କ ସହିତ ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀର ଏକ ବୈଠକ ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଓଡିଶା ସରକାରଙ୍କ “ମୋ କଲେଜ ଅଭିଯାନ”ର ସଫଳ କାର୍ଯ୍ୟକ୍ରମ ଓ ଆଲୁମିନିର ଭୂମିକା ବିଷୟରେ ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ଦାସ ଆଲୋଚନା କରିଥିଲେ। ଏଥିରେ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା ଓ ତଦନୁଯାୟୀ ପୁରାତନ ଛାତ୍ର ସଂସଦର ସଭାପତି ଓ ସାଧାରଣ ସଂପାଦକଙ୍କୁ ଆଲୁମିନି କାର୍ଯ୍ୟାଳୟ ନିମନ୍ତେ ନିର୍ଦ୍ଧାରିତ ଏକ ଗୃହର ଚାବି ହସ୍ତାନ୍ତର କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହିତ ବିଶିଷ୍ଟ ଚିତ୍ର ଶିଳ୍ପୀ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀ ବିପିନଚନ୍ଦ୍ର ସେଠୀ, ଶ୍ରୀ ତ୍ରୀନାଥ ମହାନ୍ତି ଇତ୍ୟାଦି ଯୋଗ ଦେଇଥିଲେ। ପରିଶେଷରେ ଚିତ୍ର ଶିଳ୍ପୀ ଶ୍ରୀ ନିଗମାନନ୍ଦ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାକ୍ତନ ଛାତ୍ର ସଂସଦ କର୍ମକର୍ତ୍ତା ବୈଠକ – Fast News Network

Comment