ମଦିନା ମଇଦାନରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ

Odisha Hot News
2 Min Read

ଭଦ୍ରକ,: ଆଜି ଭଦ୍ରକ ପୌରପାଳିକାର ସଂଖ୍ୟାଲଘୁ ବହୁଳ ପୁରୁଣାବଜାରସ୍ଥିତ ମଦିନା ମଇଦାନରେ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନଗର ବିଜେଡି ସଭାପତି ତାହେର ଅହମ୍ମଦ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଯୋଗଦେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ କାଳରେ ଏହି ଅଂଚଳବାସୀ କିଭଳି ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାରେ ଉପକୃତ ହୋଇଛନ୍ତି, ତାହା ଉଲ୍ଲେଖ କରିଥିଲେ । ବିଶେଷକରି ପୌର ନିର୍ବାଚନ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ବିକାଶର ଧାରା ବଜାୟ ରଖିôଥବା ଶ୍ରୀ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ପୌରପାଳିକାର ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସମିତା ମିଶ୍ର ଓ ସମସ୍ତ କାଉନ୍‌ସିଲର ମାନଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ପୌରପାଳ ମାନସ ମହାନ୍ତି, ରାଜ୍ୟ ବିଜେଡି ନେତ୍ରୀ ତାହେରା ଖାତୁନ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ପୂର୍ବତନ କାଉନ୍‌ସିଲର ସେକ୍ ହବିବୁର ରହେମାନ, ଆଇନ୍‌ଜୀବୀ ସେକ୍ ସଇଲ ପ୍ରମୁଖ ଯୋଗଦେଇ ଚେୟାରମେନ୍‌ଙ୍କ ସମେତ ସମସ୍ତ ବିଜେଡି କାଉନ୍‌ସିଲରଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅଂଚଳର ମଦିନା ମଇଦାନ ସମେତ ରାସ୍ତାଘାଟ, ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବେଶ୍ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କାର ଅନୁଦାନ ଦେଇଆସିଥିବାବେଳେ ତାଙ୍କର ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କୁ ବିଜୟ କରାଇଲେ ଏହି ଅଂଚଳ ଉନ୍ନତିର ଚରମ ସୋପାନରେ ପହଞ୍ôଚବ ବୋଲି ସୂଚାଇଥିଲେ ।
ଚେୟାରମେନ୍ ପ୍ରାର୍ଥିନୀ ସମିତା ମିଶ୍ର ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ଯୋଡହସ୍ତରେ ତାଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ ରୁ ୩୦ ନଂ ୱାର୍ଡର ଦଳୀୟ ପ୍ରାର୍ଥୀ/ ପ୍ରାର୍ଥିନୀଙ୍କ ମଧ୍ୟରେ ରିହାନା ବିବି, ଆଶିଷ ଅମିତାଭ ମହାପାତ୍ର, ସେକ୍ ଅଖତର ଅଲ୍ଲୀ, ଅସ୍ମିନ ବିବି, ମହମ୍ମଦ ଜକାଉଲ୍ଲା, ସୋଲାବର ବିବି, କମଳା ମୁଣ୍ଡା, ଅତୁଲ୍ୟ ନାୟକ, ପ୍ରଣୟ ଦାସ, ଜୁଲଫୁକାର ଅଲ୍ଲୀ, ସୁଲତାନା ବିବି, ସେକ୍ ସହିଦ, ସେକ୍ ଗରିବୁଲ୍ଲା ପ୍ରମୁଖ ଯୋଗଦେଇ ନିଜ ନିଜ ଅଂଚଳବାସୀଙ୍କୁ ଭୋଟଭିକ୍ଷା କରିଥିଲେ ।

Share This Article