ଭଦ୍ରକ: ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁରରେ ବିଜେଡ଼ିର ୱାର୍ଡ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି । ୧୦ ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ସୌଭାଗ୍ୟଲକ୍ଷ୍ମୀ ସ୍ୱାଇଁ (ବଳ) ଭଦ୍ରକ ପୌରପାଳିକାରେ ସମସ୍ତ ପ୍ରାର୍ଥୀଙ୍କଠାରୁ ଅଧିକ ବିଜୟ ବ୍ୟବଧାନରେ ବିଜୟୀ ହେବେ ବେଳେ ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିବା ସହ ୱାର୍ଡବାସୀ ତାଙ୍କ ଆଶୀର୍ବାଦ କରି ବିପୁଳ ଭୋଟରେ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ ଯୋଗ ଦେଇ ୧୦ ନଂ ୱାର୍ଡରେ ପୂର୍ବରୁ ସୌଭାଗ୍ୟଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ ପଙ୍କଜ ବଳ ଓରଫ ଟିକି ପାରିଷଦ ଥିବା ସମୟରେ ବହୁ ଉନ୍ନୟନ କାର୍ଯ୍ୟକରି ୱାର୍ଡବାସୀଙ୍କ ପ୍ରିୟଭାଜନ ହୋଇଛନ୍ତି ବୋଲି ସଭାରେ ପୌରୋହିତ୍ୟ କରୁଥିବା ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ନାୟକ କହିଥିଲେ । ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଦଳ ଚଳିତ ପୌର ନିର୍ବାଚନରେ ସୌଭାଗ୍ୟଲକ୍ଷ୍ମୀଙ୍କୁ ଟିକେଟ ଦେଇଥିବାରୁ ଶ୍ରୀଯୁକ୍ତ ବଳ ଓ ଶ୍ରୀମତୀ ବଳ ଦଳୀୟ ନେତୃମଣ୍ଡଳୀକୁ କୃତଜ୍ଞତା ଜଣାଇବା ସହିତ ୱାର୍ଡବାସୀଙ୍କୁ ପୁଣିଥରେ ସେବା କରିବାର ସୁଯୋଗ ଦେବାକୁ ଭୋଟ ଭିକ୍ଷା କରିଥିଲେ । ଏହି ସଭାରେ ବିଜେଡି ନେତା ନକୁଳ ଦାସ ସଂଯୋଜନା କରିଥିବା ବେଳେ ଯୁବନେତା ରାଜିବ ମହାନ୍ତି, ଗୋକୁଳାନନ୍ଦ ମହାନ୍ତି, ଟିକି ବଳ, ଜ୍ଞାନ ମହାନ୍ତି, ହରିଆ ଯେନା, ସନ୍ତୋଷ ମଲିକ, ବିମଳ ଦାସ ପ୍ରମୁଖ ଯୋଗ ଦେଇ ଉଦ୍ବୋଦନ ଦେବା ସହିତ ବିଜେଡି ପ୍ରାର୍ଥିନୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ ।
ଜଗନ୍ନାଥପୁର ୧୦ ନଂ ୱାର୍ଡରେ ଖୋଲିଲା ବିଜେଡ଼ି କାର୍ଯ୍ୟାଳୟ

You Might Also Like
- Advertisement -
Comment