ଧାମରା ବନ୍ଦର ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳିତ – Fast News Network

Odisha Hot News
1 Min Read

ଭଦ୍ରକ:- ଏହି ଜିଲାର ଧାମରା ବନ୍ଦର ପରିସରରେ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ କର୍ମଚାରୀ ଓ ଶ୍ରମିକମାନଙ୍କର ଦକ୍ଷତା ଓ ଜ୍ଞାନକୌଶଳର ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ ହୋଇଥିଲା । ଏହି ସମସ୍ତ କାର୍ଯକ୍ରମରେ ଶ୍ରମିକ, କର୍ମଚାରୀ ଏବଂ ବନ୍ଦର କର୍ମଚାରୀଙ୍କ ପରିବାରବର୍ଗଙ୍କ ଅଂଶଗ୍ରହଣ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲା । ଶେଷ ଦିବସରେ ଧାମରା ବନ୍ଦରର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦୀପ ଦାସଗୁପ୍ତା ଯୋଗଦାନ କରି ସୁରକ୍ଷା ସଂସ୍କୃତିର ବିକାଶ ନିମନ୍ତେ ଯୁବବର୍ଗଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦର ସୁରକ୍ଷା ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ପରିଚାଳନା କରିଥିଲେ ।

Share This Article