୧୧ରେ ନାଏବ ସରପଞ୍ଚ, ୧୨ରେ ବ୍ଲକ ଅଧ୍ୟକ୍ଷ ଓ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

Odisha Hot News
1 Min Read

ଭୁବନେଶ୍ୱର ୧୦।୦୩: ସରିଲାଣି ପଞ୍ଚାୟତ ନିର୍ବାଚନ । ତଥାପି ଥମିନି ରାଜନୀତି । ଏବେ ବି ମୈଦାନ ସରଗରମ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଖବର ଅନୁଯାୟୀ, ଶୁକ୍ରବାର ନାଏବ ସରପଞ୍ଚ ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷଙ୍କ ଲାଗି ହେବ ନିର୍ବାଚନ। ଏହାପରେ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପାଇଁ ନିର୍ବାଚନ ହେବ । ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି। ସେହି ଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି । ନାଏବ ସରପଞ୍ଚ ପାଇଁ ଦିନ୧୦ ଟାରୁ ୧୧ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ ନାଏବ ସରପଞ୍ଚ ମହିଳା ହେବେ। କିନ୍ତୁ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ।
ସେହିପରି ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର ୧୦.୩୦ ରୁ ୧୧.୩୦ ଭିତରେ ଦାଖଲ କରିବେ। ୧୧.୩୦ରୁ ୧୨.୩୦ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ଏହାପରେ ୧୨.୩୦ ରେ ଭୋଟଗ୍ରହଣ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

Share This Article