ଭଦ୍ରକ:- ଚଳିତ ପଞ୍ଚାୟତ ନିର୍ବାଚନରେ ଦଳୀୟ ସମର୍ଥନ ନପାଇ ମନ ଉଣା କରିଥିଲେ । ପଞ୍ଚାୟତର ଉନ୍ନତି ପାଇଁ ବିକାଶ ମଞ୍ଚ ଗଠନ କରି ଭଦ୍ରକ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ନିର୍ବାଚନରେ ବିଜୟ ଲାଭ କରି ଦେଖାଇ ଦେଇଥିଲେ ନିଜର ପାରିବା ପଣିଆ । ହେଲେ ଦଳ ପ୍ରତି ସେମାନଙ୍କ ଆନୁଗତ୍ୟ କମି ନଥିଲା । କାରଣ ସେମାନଙ୍କ ପଞ୍ଚାୟତରେ ବିଜେଡିର ଜିଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ମଧ୍ୟ ଦେଇଥିଲେ । ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୩ ଦିନ ନପୂରୁଣୁ ସେମାନେ ବିଧାୟକଙ୍କ ବାସଭବନରେ ପହଞ୍ôଚ ବିଜେଡିରେ ଯୋଗ ଦେଇଛନ୍ତି । ଫଳରେ ଭଦ୍ରକ ବ୍ଲକ୍ର ଅନ୍ୟତମ ଚର୍ଚ୍ଚିତ ପଂଚାୟତ ଅଣ୍ଡେଇପଲ୍ଲୀରେ ଗଠନ ହୋଇଥିବା ବିକାଶ ମଞ୍ଚ ବିଧିବଦ୍ଧ ଭାବେ ବିଜେଡିରେ ବିଲୀନ ହୋଇଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇ ବିଜୟ ଲାଭ କରିଥିବା ସରପଞ୍ଚ ପ୍ରାର୍ôଥନୀ ଗୌରୀ ମଲ୍ଲିକ ଓ ସମିତିସଭ୍ୟ ପ୍ରାର୍ଥୀ ଦଶରଥ ସେଠୀ, ସେମାନଙ୍କ ମୁଖ୍ୟ ସଂଗଠକ ଓ ସମର୍ଥକ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ମଞ୍ଚର ସଂଗଠକ ହିମାଂଶୁ ବାରିକ ଏହି ଅବସରରେ କହିଛନ୍ତି ଯେ ପଞ୍ଚାୟତର ଉନ୍ନତି ତଥା ଭଦ୍ରକ ବିଧାୟକଙ୍କ ନେତୃତ୍ୱ ଉପରେ ଦୃଢ ଆସ୍ଥା ସ୍ଥାପନ କରି ଆମେ ବିଜେଡିରେ ସାମିଲ ହୋଇଛୁ । ପଞ୍ଚାୟତର ଉନ୍ନତି ପାଇଁ ବିଧାୟକ ସଂଜୀବ ମଲ୍ଲିକ ମଧ୍ୟ ନିଜର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି । ଶ୍ରୀ ମଲ୍ଲିକ ପ୍ରତିକ୍ରିୟାରେ ଏହି ଦୁଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଦଳକୁ ସ୍ୱାଗତ କରିବା ସହ ଉକ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଉକ୍ତ ପଞ୍ଚାୟତରେ ଦଳର ତୃଣମୂଳସ୍ତରର ନେତାଙ୍କୁ ଅଣଦେଖା କରାଯାଇଥିବାର ଅଭିଯୋଗ ଆଣିଥିଲେ ବହୁ କର୍ମୀ । ସେମାନଙ୍କୁ ଦଳୀୟ ସମର୍ଥନ ଦେବା ବଳଦରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା ଦଳ । ତେଣୁ ଜିଦ୍ରେ ସେମାନେ ବିକାଶ ମଂଚ ଗଠନ କରି ପଞ୍ଚାୟତବାସୀଙ୍କ ରାୟ ମାଗିଥିଲେ । ପଞ୍ଚାୟତବାସୀ ମଧ୍ୟ ମଞ୍ଚ ଉପରେ ଭରସା ରଖି ଉଭୟଙ୍କୁ ବିଜୟୀ କରାଇଥିଲେ । ତେଣୁ ବିଜୟ ଲାଭ କରିବା ପରେ ସେମାନଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଥିଲା । ଅପରପକ୍ଷେ ମଞ୍ଚ ଜରିଆରେ ଶସ୍ତା ରାଜନୀତି କରୁଥିବା ପ୍ରାର୍ଥୀଙ୍କ ଉପରେ ଆଗାମୀ ଦିନରେ ଭୋଟରମାନେ ଆଉ ବିଶ୍ୱାସ ସ୍ଥାପନ କରିବେ ନାହିଁ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।
ବିଜେଡିରେ ମିଶିଲା ଅଣ୍ଡେଇପଲ୍ଲୀ ବିକାଶ ମଞ୍ଚ – Fast News Network

You Might Also Like
- Advertisement -
Comment