ବିଜେଡିରେ ମିଶିଲେ ବିଜେପିର ପୂର୍ବତନ କାଉନ୍‌ସିଲର – Fast News Network

Odisha Hot News
1 Min Read

ଭଦ୍ରକ,; ପଞ୍ଚାୟତ ନିର୍ବାଚନ ଭଳି ପୌରପାଳିକା ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରର ପର୍ବ ଆୟୋଜିତ ହୋଇଛି । ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ମିଶିଲେ ପୂର୍ବତନ କାଉନ୍‌ସିଲର । ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୬ ଓ ୬ ନଂ ୱାର୍ଡରେ ଦୁଇଥର ବିଜେପି କାଉନ୍‌ସିଲର ଭାବେ ଘାଉଲି ଜେନା ନିର୍ବାଚିତ ହୋଇଥିଲେ । ଆଜି ନିଜର ଶତାଧିକ ସମର୍ଥକମାନଙ୍କ ସହ ଭଦ୍ରକ ବିଧାୟକଙ୍କ ବାସଭବନରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ମିଶିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ସକ୍ରୀୟ କର୍ମୀ ଥିଲେ । ବିଧାୟକଙ୍କ ସ୍ୱଚ୍ଛତା ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ପୂର୍ବତନ ବିଜେପି କାଉନ୍‌ସିଲର କହିଛନ୍ତି ଭଦ୍ରକ ବିଧାୟକ ପୂର୍ବତନ କାଉନ୍‌ସିଲରଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପୂର୍ବତନ କାଉନ୍‌ସିଲର ଆମ ଦଳରେ ମିଶିଥିବା ଯୋଗୁଁ ବିଜୁ ଜନତା ଦଳ ଆହୁରି ମଜବୁତ ହେବ ବୋଲି ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି ।

Share This Article