ବିରୋଧୀଙ୍କୁ ଧୋଇଦେଲା ବିଜେଡି – Fast News Network

Odisha Hot News
2 Min Read

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାବାସୀ ଆଶା ଠାରୁ ଅଧିକ ସମର୍ଥନ ଦେଇଛନ୍ତି ବିଜୁ ଜନତା ଦଳକୁ। ବିଜେଡିର ଶଙ୍ଖ ନାଦ ଆଗରେ ବିରୋଧୀ ଧରାଶାୟୀ ହୋଇଯାଇଛନ୍ତି। ନିଜ ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ବିଜେପି ଓ କଂଗ୍ରେସ ତୁଙ୍ଗ ନେତୃତ୍ୱ ବିଜେପି ଓ କଂଗ୍ରେସ ନେତାଙ୍କ ବାହାସ୍ପୋଟ ଏବେ ପାଣିର ଗାର ହୋଇଛି। ସବୁ ଚାଲ୍ ଫିକା ପଡ଼ିଯାଇଛି। ରାଜ୍ୟବାସୀ ପ୍ରମାଣିତ କରିଛନ୍ତି ଯେ ସେମାନେ ବିକାଶ ସାଥିରେ ଅଛନ୍ତି । ପରିଣାମ ସ୍ବରୂପ ନିଜ ରେକର୍ଡକୁ ନିଜେ ଭାଙ୍ଗିଛି ବିଜେଡି । ମାଲକାନଗିରିରୁ ମୟୂରଭଞ୍ଜ, ସମ୍ବଲପୁରରୁ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ବିଜୟ ଧ୍ୱଜା ଉଡ଼ାଇଛି ବିଜେଡି। ବିରୋଧୀଙ୍କ ନକରାତ୍ମକ ଚିନ୍ତାଧାରାକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଏପରିକି ବିଜେପି ଓ କଂଗ୍ରେସ ନେତା ପରାଜୟକୁ ନିଜ ମୁହଁରେ ସ୍ବିକାର କରିବାକୁ ଶବ୍ଦ ପାଉ ନାହାନ୍ତି।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଚଳିତ ପଞ୍ଚାୟତ ନିର୍ବାଚନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ରାଜ୍ୟବାସୀଙ୍କର ବିପୁଳ ଆର୍ଶୀବାଦ ମିଳିଛି। ଏହି ବିଜୟ ଧାରା ଆଗାମୀ ପୌର ନିର୍ବାଚନରେ ବି ପ୍ରତିଫଳିତ ହେବ। ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ହାତରେ ବିକାଶର ମୁଦ୍ଦା ରହିଥିବା ବେଳେ ବିରୋଧୀ ଦଳ କିନ୍ତୁ ହିଂସାକାଣ୍ଡ, ମିଥ୍ୟା ଅପପ୍ରଚାର, କୁତ୍ସାରଟନା ଏବଂ ବେଆଇନ କାର୍ଯ୍ୟକୁ ଆଶ୍ରା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଅପପ୍ରଚାର କରିବାକୁ ମଧ୍ୟ ପଛାଇ ନଥିଲେ। କିନ୍ତୁ ସାଢ଼େ ଚାରିକୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଥିଲେ। ଆଉ ଆଗକୁ ମଧ୍ୟ ରହିବେ।
ଓଡ଼ିଶା ମାଟିରେ ହୀନ ରାଜନୀତିର କୌଣସି ସ୍ଥାନ ନାହିଁ ବୋଲି ପୁଣି ଥରେ ରାଜ୍ୟବାସୀ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। 2012 ମସିହାରେ ବିଜେଡିକୁ ସର୍ବାଧିକ 651 ଜୋନ୍ ମିଳିଥିବା ବେଳେ ଚଳିତ ନିର୍ବାଚନରେ 852 ଆସନରୁ 760 ଆସନରେ ବିଜୟ ଧ୍ୱଜା ଉଡ଼ାଇଛି।

Share This Article