ଭଦ୍ରକ – ତୃତୀୟ ଦିନରେ ଭୋଟ୍ ଗଣତି – Fast News Network

Odisha Hot News
1 Min Read

ଭଦ୍ରକ: ଆଜି ତୃତୀୟ ଦିନରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ଏହି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲାର ୭ ଗୋଟି ବ୍ଲକ୍‌ରେ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟରେ ଭୋଟ୍ ଗଣତି କାର୍ଯ୍ୟ କରାଯାଉଛି । ତୃତୀୟ ଦିନରେ ୧୨ଟି ଜିଲା ପରିଷଦ ଜୋନ୍‌ର ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଥିପାଇଁ ଭୋଟ୍ ଗଣତି କେନ୍ଦ୍ରରେ ସିସିଟିଭି ଲାଗିବା ସହିତ ଆବଶ୍ୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି । କଡା ସୁରକ୍ଷା ପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ତୃତୀୟ ଦିନରେ ୧୨ଟି ଜିଲା ପରିଷଦ ମଧ୍ୟରୁ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେଥିମଧ୍ୟରୁ ଚାନ୍ଦବାଲି ବ୍ଲକ୍‌ର ୪ ନଂ ଜୋନ୍‌ରୁ ବିଜେଡି ପ୍ରାର୍ଥୀ ସ୍ମରଣିକା ସମଦର୍ଶିନୀ ବଳ ଆଗୁଆ ରହିଥିବାବେଳେ ୫ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା, ତିିହିଡି ବ୍ଲକ୍‌ର ୮ ନଂ ଜୋନ୍‌ର ସୁମତୀ ସେଠୀ, ୯ନଂ ଜୋନ୍‌ର ଲାଲମୋହନ ଦାସ, ଧାମନଗର ବ୍ଲକ୍‌ର ୧୨ନଂ ଜୋନ୍‌ର ଶାରଦା ପ୍ରସନ୍ନ ସାହୁ, ୧୩ନଂ ଜୋନ୍‌ର ପ୍ରଦୀପ ମଲ୍ଲିକ, ବନ୍ତ ବ୍ଲକ୍‌ର ୧୬ନଂ ଜୋନ୍‌ର ମୁନି ମୁଣ୍ଡା, ବାସୁଦେବପୁର ବ୍ଲକ୍‌ର ୨୦ ନଂ ଜୋନ୍‌ର ମାନସ ସେଠୀ, ୨୧ନଂ ଜୋନ୍‌ର ଦିବ୍ୟଲକ୍ଷ୍ମୀ ବାରିକ, ଭଣ୍ଡାରିପୋଖରୀ ବ୍ଲକ୍‌ର ୨୪ ନଂ ଜୋନ୍‌ର ଉତ୍କଳ କେଶରୀ ମହାନ୍ତି, ଭଦ୍ରକ ବ୍ଲକ୍‌ର ୨୭ ନଂ ଜୋନ୍‌ର ମଳୟ ଜେନା, ୨୮ନଂ ଜୋନ୍‌ର ପୂର୍ଣ୍ଣଶଶି ପାଣିଗ୍ରାହୀ ପ୍ରମୁଖ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଥିବାର ଜଣାଯାଇଛି ।

Share This Article