ପୌର ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ୨ରୁ ନାମାଙ୍କନ ପତ୍ର ଦାଖଲ

Odisha Hot News
1 Min Read

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ।
ଜାଣନ୍ତୁ, ପୌର ନିର୍ବାଚନ ସମ୍ପର୍କିତ କିଛି ତଥ୍ୟ…
– ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍‌ ଗ୍ରହଣ
– ମାର୍ଚ୍ଚ ୨୬ରେ ହେବ ଭୋଟ୍‌ ଗଣତି
– ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ
– ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର
– ୧୦୬ NAC/ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ
– ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି
– ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ
– ଇଭିଏମ୍‌ରେ ହେବ ଭୋଟ୍‌ ଗ୍ରହଣ, ପ୍ରତି ବୁଥ୍‌ରେ ରହିବ ୨ଟି ଇଭିଏମ୍
– ଗୋଟିଏ ଇଭିଏମ୍‌ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ
– ୨ୟ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ
– ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ
– ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ

Share This Article