କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରାଞ୍ଚଳ ବିକାଶ ପରିଷଦ ଓ odisha nawjawan ୟୁନିଅନ ମିଳିତ ସହଯୋଗ ତରଫରୁ ପୌରାଞ୍ଚଳ ୱାର୍ଡ ନମ୍ବର 4,7,9,12,13,14,15 ଓ 17 ର ବିଭିନ୍ନ ମୌଲିକ ସମସ୍ୟା ଆଦି ନେଇ ଜିଲ୍ଲାପାଳଙ୍କୁ ଲିଖିତ ଦାବି ଜଣାଇଥିଲେ। କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଯଇପୁର ଠାରେ ବିଗତ 10/15 ବର୍ଷ ପୂର୍ବରୁ ନୂତନ ଭାବେ ଗଢି ଉଠିଥିବl ମହିଦ୍ଦିନନଗର ବସ୍ତିରେ ଦୀର୍ଘ ଦିନରୁ କୋଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯାହାଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ଦୀର୍ଘ ବର୍ଷ ଧରି ଗ୍ରାମବାସୀମାନେ ତାଙ୍କ ନାର୍ଯ୍ୟ ଦାବି ଜଣାଇ ଆସୁଥିଲେ ସୁଦ୍ଧା ସରକାର ସ୍ତରୀୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେହିପରି ଶାହରୁଖ ଘର ଠାରୁ ଡ଼ଙ୍ଗୀ ଘର ଓ ମାନା ଘର ଠାରୁ ମୌଲାନା ଅବଦୁଲ ସଲାମ ଘର ଓ ଅନୱାର ଘର ଠାରୁ ମାନ ରୋଡ ପର୍ଯନ୍ତ ଏବଂ ସହି ପରି ଅବଶିଷ୍ଟ ଜାଗାରେ ରାସ୍ତା ଓ drain ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି। ସହିପରି କ୍ରମାନୁଯାୟୀ ୱାର୍ଡ ନମ୍ବର 17 ବଡ଼ହାଟ ମହାବୀର କ୍ଲବ୍ ଠାରୁ ଧୋବା ସାହି ଛକ ପର୍ଯ୍ୟନ୍ତ ଡ୍ରେନ୍ ଓ ରାସ୍ତାର ଦାବି। ସହିପରି ୱାର୍ଡ ନୁମ୍ବର 13 ରଙ୍ଗପଡାର ଯରୋମିଆଁ ଘର ଠାରୁ କୁନା ଘର ପର୍ଯନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ, ୱାର୍ଡ ନୁମ୍ବର 14 ପୋଷ୍ଟ୍ ଅଫିସ ଲାଇନର ବିଭିନ୍ନ ଜାଗାରେ ଡ୍ରେନ ଓ ରାସ୍ତାର ଉନ୍ନତିକରଣ ୱାର୍ଡ ନୁମ୍ବର 15 ଦିଲାରପୁରର କୋରାସି ମହଲା ପପୁ ହୋଟେଲ ଠାରୁ ହାଜୀ ଫାରୂକ ଘର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ଅବସ୍ଥା ଶୋଚନୀୟ। ମୁରସିଦ ଘର ଠାରୁ ଓଜି ସର୍ଭିସିଂ ଡ୍ରେନ୍ର ନିର୍ମାଣ ଆଵଶକ୍ୟ ଓ ବାଇପାସ ରୋଡରୁ ମଧୁକାରପୁର ଦିଲାରପୁର ମୁଖ୍ୟ କାବରାସ୍ଥାନ ରୋଡର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ। ସେହିପରି ଇଦଘା ପ୍ଲେଗ୍ରାଉଣ୍ଡ ଦୁଇ ପାର୍ଶ୍ବରେ ଗ୍ୟାଲେରି, ଆଲୋକ ବ୍ୟବସ୍ତା ଏବଂ ସମ୍ପୂର୍ଣ୍ଣ କାନ୍ଥ ପାଇଁ ଅନେକ ଦିନରୁ ଫୁଟବଲ୍ ପ୍ରେମୀଙ୍କ ଦାବି ରହିଛି।
କ୍ରୀଡା କ୍ଷେତ୍ର ବିକାଶ ପାଇଁ ଏହା ସୁନ୍ଦର କାର୍ଯ୍ୟ ହେବ। ଉକ୍ତ ୱାର୍ଡ ମାନଙ୍କରେ ବର୍ଷା ଦିନରେ ଅସରା ପାଣି ହେଲେ ଅଣ୍ଟା ପର୍ଯ୍ୟନ୍ତ ପାଣି ଜମି ରହୁଛି। ଉକ୍ତ ସମସ୍ୟା ମାନ ମାନ୍ୟବର କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଉତୁରାଜଙ୍କୁ ଶାନ୍ତିପୂର୍ଣ୍ଣ ଓ ଲିଖିତ ଭାବରେ ଜଣାଇଛନ୍ତି। ଖୁବ୍ଶୀଘ୍ର ଦାବି ପୂରଣ ହେବ ବୋଲି କେନ୍ଦ୍ରାପଡ଼ା ପୌରାଞ୍ଚଳ ବିକାଶ ପରିଷଦର chairman ତଥା ଓଡିଶା ନଜୱାନ ୟୁନିଅନ ରାଜ୍ୟ ସଭାପତି ମହମ୍ମଦ ଆମିର ପ୍ରକାଶ କରିଛନ୍ତି। ଓଡିଶା ନଜୱାନ ୟୁନିଅନର ବରିଷ୍ଠ ଉପେଦେଷ୍ଟା ସେକ ଲିୟାକତ ଅଲିଙ୍କ ଅଧ୍ୟତାରେ ରଶ୍ମି ରଞ୍ଜନ ମହାପାତ୍ର, ସେକ ମନୱାର, ସେକ ବାବୁ, ସେକ କାମରୁଦ୍ଦିନ, ଲୋକମାନ ସରାଜୁଲ୍ଲା, ସେକ ଜାବୀର, ଶାହାରୁଖ ଖାନ, ଆୟାଜ଼ ଆଲି, ମହମ୍ମଦ ଇଜ଼ହାର, ସେକ ସମଦାନୀ, ସେକ ଅବରାର, ମୋଲାନା ଅବଦୁଲ ରଉଫ, ନିରଞ୍ଜନ ମଲ୍ଲିକ,ମୋଲାନା ଅବଦୁଲ ସଲାମ, ସେକ ସାଜୋ, ସେକ ହଲିମ,ସେକ ସଂଜୁ, ସେକ ମୁନା, ସେକ ଚାନ୍ଦ, ମନସୁର ଆଲି, ସେକ ଟିକଲି, ସେକ କୟୋ, ଇନା ଖାନ କାନୁଆ, ସେକ ଗୁଡ଼ନ, ସୁଲତାନ ବିବି, ନିଶା ବିବି, ରୁକୟା ବିବି, ପ୍ୟାରି ବିବି, କଜିଆ ଖାତୁନ, ରାତୁନ ବିବି, ରୁକସାନା ବିବି, ବେଗମ ବିବି, ଲାଜ଼ବୁନ ନିଶା ବିବି ଆଦି ଉପସ୍ଥିତ ଥିଲେ।
ପୌରାଞ୍ଚଳ ବିକାଶ ପରିଷଦ ପକ୍ଷରୁ ରାସ୍ତା ଓ ଡ୍ରେନେଜ୍ ନିର୍ମାଣ ପାଇଁ ଦାବି

Comment